ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

author img

By

Published : Sep 29, 2022, 5:17 PM IST

Updated : Sep 29, 2022, 7:31 PM IST

ORHDC Scam

ଓଏଚଆରଡିସି ଦୁର୍ନୀତି ମାମଲା । IAS ବିନୋଦ କୁମାର, ମହମ୍ମଦ ମୋକିମଙ୍କ ସହ ୫ ଦୋଷୀ ସାବ୍ୟସ୍ତ । ଅଧିକ ପଢନ୍ତୁ

ଭୁବନେଶ୍ବର: ORHDC (Odisha Housing Rural Development Corporation) ଦୁର୍ନୀତି ମାମଲା । ଗୁରୁବାର ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟର ଗୁରୁତ୍ଵପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟର ଜଜ୍‌ ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ମାମଲାର ବିଚାର କରି OHRDCର ତତ୍କାଳୀନ ଅଧ୍ୟକ୍ଷ IAS ଅଧିକାରୀ ବିନୋଦ କୁମାର (IAS Vinod Kumar) ଓ ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ତଥା ବିଧାୟକ ମହମ୍ମଦ ମୋକିମ (Barabati MLA Mohammed Moquim)ଙ୍କୁ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ଶୁଣାଇଛନ୍ତି । ଜେଲ ଦଣ୍ଡାଦେଶ ସହ ୫୦ ହଜାର ଟଙ୍କାର ଫାଇନ ଦେବାକୁ ରାୟ ଦେଇଛନ୍ତି କୋର୍ଟ ( Congress MLA Mohammed Moquim handed 3-year jail term)।

ORHDC Scam: ବିଧାୟକ ମହମ୍ମଦ ମୋକିମଙ୍କୁ 3ବର୍ଷ ଜେଲ ଦଣ୍ଡ

ଏଥି ସହ ମୋଟ ୫ଜଣଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି । ଏଥି ସହିତ ORHDC କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲଦଣ୍ଡ ହୋଇଛି । ମେଟ୍ରୋ ବିଲ୍ଡର୍ସର ନିର୍ଦ୍ଦେଶକ ପୀୟୁଷଧାରୀ ମହାନ୍ତିଙ୍କୁ ମଧ୍ୟ ଋଣ ଜାଲିଆତି ମାମଲାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ଜେଲ ଦଣ୍ଡ ହୋଇଛି । ସମସ୍ତ ୪ ଦୋଷୀଙ୍କୁ ଜେଲ୍ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଦାଖଲ କରିବା ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ରାୟରେ IAS ବିନୋଦଙ୍କ ସହ ବାରବାଟୀ ବିଧାୟକ ମୋକିମ, ସ୍ବସ୍ତି ରଞ୍ଜନ ମହାପାତ୍ର, ପିୟୁଶଧାରୀ ମହାପାତ୍ରଙ୍କ ସହ ମେଟ୍ରୋ ବିଲ୍ଡରଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି । ତେବେ ୨୦୦୦ରୁ ୨୦୦୧ମସିହାରେ ତତ୍କାଳୀନ OHRDCର ଏମ.ଡି ଭାବେ IAS ବିନୋଦ କୁମାର କାର୍ଯ୍ୟ କରୁଥିବା ସମୟରେ ନୟାପଲ୍ଲୀରେ ଏକ ମେଟ୍ରୋସିଟ ପ୍ରୋଜେକ୍ଟ-୨ ଆଳରେ ୧୫୦ ଲକ୍ଷ ଟଙ୍କାର ଏକ ଲୋନ ସାକ୍ସନ ପାଇ ଉପଯୁକ୍ତ କାଗଜ ଯେପରିକି ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ ଲେଟର, ଫାୟାର ଲାଇସେନ୍ସ ସାର୍ଟିଫିକେଟକୁ ଯାଞ୍ଚ ନକରି ମେଟ୍ରୋ ବିଲ୍ଡରଙ୍କୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରସ୍ତାବିତ କାଗଜ ପତ୍ରରେ ଦସ୍ତଖତ କରି ଲୋନ ସାକ୍ସନ କରାଇଥିଲେ ।

ଏହା ବି ପଢନ୍ତୁ- ଚାକିରିରୁ ବିଦା ହେଲେ IAS ବିନୋଦ କୁମାର

ପରବର୍ତ୍ତୀ ପର୍ଯାୟରେ ତିନୋଟି ପର୍ଯାୟରେ ୧୫୦ ଲକ୍ଷ ଲୋନ ପାଇଥିଲା ମେଟ୍ରୋ ବିଲ୍ଡର । ପରବର୍ତ୍ତୀ ପର୍ଯାୟରେ ଜଣାପଡିଥିଲା ଯେ ଫର୍ଜି କାଗଜପତ୍ର ତଥା ବିଡିଏ ଆପ୍ରୁଭାଲ, ପ୍ରୋଜେକ୍ଟ ଏଷ୍ଟିମେଟ, ଫାୟାର ଲାଇସେନ୍ସ ଜରିଆରେ ଏଭଳି ଲକ୍ଷ ଲକ୍ଷ ଟଙ୍କା ହାତେଇଛି ମେଟ୍ରୋ ବିଲ୍ଡର । ଏଥିପାଇଁ ଏମଡି IAS ବିନୋଦ କୁମାରକୁ ସହଯୋଗ କରିଥିଲେ OHRDC ତତ୍କାଳୀନ କମ୍ପାନୀ ସେକ୍ରେଟାରୀ ସ୍ବସ୍ତି ରଞ୍ଜନ ମହାପାତ୍ର ସହ ମେଟ୍ରୋ ବିଲ୍ଡରର ଡାଇରେକ୍ଟର ପିୟୁଶଧାରୀ ମହାନ୍ତି।

ଏନେଇ ଏହି କେସର ଭିଜିଲାନ୍ସ କୋର୍ଟରେ ଶୁଣାଣି ସରକାରି ପିପି ହେମନ୍ତ କୁମାର‌ସ୍ବାଇଙ୍କ ବଳିଷ୍ଠ ଯୁକ୍ତି ଆଧାରରେ ୧୭ଟି ସାକ୍ଷୀଙ୍କ ବାୟାନକୁ ଭିତି କରି ପ୍ରସ୍ତାବିତ ଡକ୍ୟୁମେଣ୍ଟ ପ୍ରମାଣ ଆଧାରରେ ଏହି ମାମଲାରେ ସମ୍ପୃକ୍ତ ୪ଜଣଙ୍କ‌ ସହ ମେଟ୍ରୋ ବିଲ୍ଡରଙ୍କୁ ଦୋଷୀ ସାବସ୍ତ୍ୟ କରାଯାଇଛି । ଏନେଇ ପୂର୍ବରୁ ଗିରଫ ହୋଇଥିଲେ ପିୟୁଶଧାରୀ ମହାନ୍ତି ଓ ସ୍ବସ୍ତି ରଞ୍ଜନ ମହାପାତ୍ର ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 29, 2022, 7:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.