ଚାକିରିରୁ ବିଦା ହେଲେ IAS ବିନୋଦ କୁମାର

author img

By

Published : Feb 2, 2022, 12:03 PM IST

ଚାକିରିରୁ ବିଦା ହେଲେ IAS ବିନୋଦ କୁମାର

ଦୁର୍ନୀତି ବିରୋଧରେ ସରକାରଙ୍କ ବଡ଼ ପଦକ୍ଷେପ । ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ବିନୋଦ କୁମାର । ଅଧିକ ପଢନ୍ତୁ

ଭୁବନେଶ୍ବର: ଦୁର୍ନୀତି ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ । ଚାକିରିରୁ ବିଦା ହେଲେ ବରିଷ୍ଠ ଆଇଏଏସ ବିନୋଦ କୁମାର । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ରାଜ୍ୟ ସରକାର ବରିଷ୍ଠ ଆଇଏଏସ୍ ଅଫିସର ତଥା ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାରଙ୍କୁ ଚାକିରୀରୁ ବରଖାସ୍ତ କରିଛନ୍ତି । ବିନୋଦଙ୍କୁ ଚାକିରିରୁ ବରଖାସ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ସରକାର ମଧ୍ୟ ସମ୍ମତି ପ୍ରଦାନ କରିଛନ୍ତି ।

ବିନୋଦ ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଥିବା ସମୟରେ ମହାବାତ୍ୟା ପରେ ପରେ ବିଭିନ୍ନ ନକଲି ଫାର୍ମ ତଥା ବ୍ୟକ୍ତିଙ୍କ ପ୍ରତି ଅନୁଚିତ୍ ଅନୁଗ୍ରହ ପ୍ରଦାନ କରି ୩୩ କୋଟି ୩୪ ଲକ୍ଷ ଟଙ୍କା ବେଆଇନ ଭାବେ ମଞ୍ଜୁର କରିଥିଲେ । ଯାହାଦ୍ବାରା କି ରାଜ୍ୟ ସରକାରଙ୍କ ବିପୁଳ ଆର୍ଥିକ କ୍ଷତି ହୋଇଥିଲା । ଏନେଇ ତାଙ୍କ ବିରୁଦ୍ଧରେ ଓଡିଶା ସରକାର ୨୭ଟି ଭିଜିଲାନ୍ସ କେସ୍‌ ଦାୟର କରିଥିଲେ । ତନ୍ମଧ୍ୟରୁ ଦୁଇଟି କେସ୍‌ରେ ବିନୋଦ କୁମାର ଦୋଷୀ ସାବସ୍ତ ହୋଇଛନ୍ତି ।

ଦୁର୍ନୀତି କରିଥିବା ବ୍ୟକ୍ତିମାନେ ଯେତେ ଉଚ୍ଚ ପଦ ପଦବୀରେ ଥାଆନ୍ତୁ ନା କାହିଁକି ରାଜ୍ୟ ସରକାର ସବୁବେଳେ ଦୁର୍ନୀତି ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଆସିଛନ୍ତି । କିଛି ଦିନ ତଳେ ଦୁର୍ନୀତି ଅଭିଯୋଗରେ ସର୍ବଭାରତୀୟ ସେବାର ଜଣେ ବରିଷ୍ଠ ଜଙ୍ଗଲ ସେବା ଅଧିକାରୀଙ୍କୁ ମଧ୍ୟ ଚାକିରୀରୁ ବରଖାସ୍ତ କରାଯାଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.