ଓଡିଶା

odisha

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ଓଡିଶା ଅଲିମ୍ପିକ୍ ଆସୋସିଏସନ୍

By

Published : Dec 10, 2020, 7:43 AM IST

ଓଡିଶା ଅଲିମ୍ପିକ୍‌ ଆସୋସିଏସନ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇଛି । ଅଧିକ ପଢନ୍ତୁ...

ସୂଚନା ଅଧିକାର ଆଇନ
ସୂଚନା ଅଧିକାର ଆଇନ

କଟକ: ଏଣିକି ଓଡିଶା ଅଲିମ୍ପିକ୍ ଆସୋସିଏସନ୍ ସୂଚନା ଅଧିକାର ଆଇନ ବଳରେ ଲୋଡା ଯାଇଥିବା ତଥ୍ୟ ପ୍ରଦାନ କରିବାକୁ ବାଧ୍ୟ ହେବ। ଓଡ଼ିଶା ସୂଚନା କମିସନ୍ ଏ ସମ୍ପର୍କିତ ମାମଲାର ଶୁଣାଣି କରି ଓଡିଶା ଅଲିମ୍ପିକ୍ ଆସୋସିଏସନକୁ ସୂଚନା ଅଧିକାର ଆଇନ, 2005ର ଧାରା 2(ଏଚ୍) ଅନୁସାରେ ପବ୍ଲିକ୍ ଅଥରିଟି ଭାବେ ଘୋଷଣା କରିଛନ୍ତି।

ସୂଚନା ଅଧିକାର ଆଇନରେ ଥିବା ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଅଲିମ୍ପିକ୍ ଆସୋସିଏସନକୁ କମିସନ୍ କଡା ନିର୍ଦ୍ଦେଶ ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ଅଲିମ୍ପିକ୍ ଆସୋସିଏସନକୁ ସୂଚନା ଅଧିକାର ଆଇନ ପରିସରଭୁକ୍ତ କରିବା ପ୍ରସଙ୍ଗ ନେଇ ବିଶ୍ବଜିତ ମହାନ୍ତି ଓଡିଶା ସୂଚନା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ।

ସେ ଦର୍ଶାଇଥିଲେ ଯେ, ଅଲିମ୍ପିକ୍ ଆସୋସିଏସନ ବାରବାଟୀ ଷ୍ଟାଡିୟମ ଚଳାଉଥିବାବେଳେ ଏଥିପାଇଁ ରାଜ୍ୟ ସରକାର ପ୍ରତ୍ୟେକ୍ଷ ଓ ପରୋକ୍ଷରେ ପାଣ୍ଠି ଦେଇଛନ୍ତି । ଅଲିମ୍ପିକ୍ ଆସୋସିଏସନ୍ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ସରକାରଙ୍କ ଦ୍ବାରା ପରିଚାଳିତ । ଭାରତୀୟ ଅଲିମ୍ପିକ୍ ଆସୋସିଏସନ ଦ୍ବାରା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ ସ୍ବୀକୃତିପ୍ରାପ୍ତ।

ସେହିପରି ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇ ସାରିଥିବା ବେଳେ ଓଡ଼ିଶା ଅଲିମ୍ପିକ୍ ଆସୋସଏସନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ଆବେଦନରେ ଦର୍ଶାଯାଇଥିଲା ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details