କଟକ: ହାଇକୋର୍ଟ ଓ ତଳ କୋର୍ଟ ଗୁଡିକରେ ବିଚାରାଧୀନ ମାମଲା (Pending cases) ସଂଖ୍ୟା ବଢୁଛି ସତ କିନ୍ତୁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବେଶ ତ୍ବରାନ୍ବୀତ ହୋଇଛି । ୨୦୨୨ ମସିହା ଆଜି ସୁଦ୍ଧା ମାମଲା ବିଚାର ଶେଷ କରିବାରେ ହାଇକୋର୍ଟ (Odisha High Court) ରେକର୍ଡ କରିଛି । ଆଜି ହାଇକୋର୍ଟର ବିଭିନ୍ନ ବିଭାଗର ରେଜିଷ୍ଟ୍ରାର ଓ ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ଏକ 'ମିଟ୍ ଦ ପ୍ରେସ୍' କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।
ଆଜି ଠାରୁ ବିଭିନ୍ନ ଅଦାଲତରେ ବିଚାରାଧିନ ଓ ବିଚାର ସରିଥିବା ମାମଲର ସଂଖ୍ୟା ଅନଲାଇନରେ ଅପଲୋଡ଼ ବ୍ୟବସ୍ଥା ଆରମ୍ଭ କରାଯାଉଛି । ଏଣିକି ପ୍ରତି ୩ମାସରେ ଥରେ ଏହି ସଂଖ୍ୟା ଅନଲାଇନରେ ଅପଲୋଡ଼ କରାଯିବ ବୋଲି ରେଜିଷ୍ଟ୍ରାର ସମୁହ ଆଜି 'ମିଟ୍ ଦ ପ୍ରେସ' (Meet The Press) କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି । ରେଜିଷ୍ଟ୍ରାରଙ୍କ ତଥ୍ୟ ଅନୁସାରେ ୨୦୨୦ମସିହାରେ ହାଇକୋର୍ଟରେ ୮୩ହଜାର ୪ଶହ ୯୯ଟି ମାମଲା ଦାଏର ହୋଇଥିବା ବେଳେ ୬୧ହଜାର ୩ଶହ ୩୫ମାମଲା ବିଚାର ସରିଥିଲା ।
ଏହା ବି ପଢନ୍ତୁ- ବାଲିଯାତ୍ରାରେ ପ୍ଲଟ୍ ନିଲାମ ପାଇଁ ଚାଲିଛି ପଞ୍ଜିକରଣ, ଉପକୃତ ହେବେ ପ୍ରକୃତ ବ୍ୟବସାୟୀ