ଓଡିଶା

odisha

କଟକରେ AIFF ସଭାପତି କଲ୍ୟାଣ ଚୌବେ, ଫାଓ ପକ୍ଷରୁ ସମ୍ବର୍ଦ୍ଧନା

By

Published : Sep 22, 2022, 12:10 PM IST

aiif president kalyan chaubey

ଭାରତୀୟ ଫୁଟବଲ ସଂଘ ନବ ନିର୍ବାଚିତ ସଭାପତି କଲ୍ୟାଣ ଚୌବେ ଓ ସମ୍ପାଦକ ସାଜି ପ୍ରଭାକରନଙ୍କୁ ଫାଓ ପକ୍ଷରୁ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

କଟକ: ଓଡିଶା ଗସ୍ତରେ ଆସିଛନ୍ତି ସର୍ବ ଭାରତୀୟ ଫୁଟବଲ ମହାସଂଘର (All India Football Federation) ନବ ନିର୍ବାଚିତ ସଭାପତି କଲ୍ୟାଣ ଚୌବେ । ତାଙ୍କ ସହ ସମ୍ପାଦକ ସାଜି ପ୍ରଭାକରନ ମଧ୍ୟ ଆସିଛନ୍ତି । ପ୍ରଥମେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପରେ କଟକରେ ଉଭୟଙ୍କୁ ସମ୍ମାନିତ କରାଯାଇଥିଲା । ଓଡିଶା ଫୁଟବଲ ସଂଘର(Odisha Football Association ) ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ AIFF ସଭାପତି ଓ ସମ୍ପାଦକ । ଫାଓରେ ଉଭୟଙ୍କୁ ଭବ୍ୟ ସ୍ବାଗତ କରାଯିବା ସହ ସମ୍ମାନିତ କରିଥିଲେ ଓଡିଶା ଫୁଟବଲ ସଂଘର କର୍ମକର୍ତ୍ତା ।

କଟକରେ AIFF ସଭାପତି କଲ୍ୟାଣ ଚୌବେ

କାର୍ଯ୍ୟକ୍ରମରେ ଯୋଗ ଦେଇ ଏଆଇଏଫଏଫ ସଭାପତି କଲ୍ୟାଣ ଚୌବେ କହିଛନ୍ତି, "ଓଡିଶା ଫୁଟବଲ ଟିମର ବିକାଶ ହେବ । ଉଭୟ ପୁରୁଷ ଓ ମହିଳା ଦଳ ପାଇଁ ସ୍ବତନ୍ତ୍ର କ୍ୟାମ୍ପର ହେବ ଆୟୋଜନ ଯାହା ଦ୍ବାରା ଉଭୟ ଦଳ ଜାତୀୟ ସ୍ତରରେ ଆହୁରି ଭଲ ପଦର୍ଶନ କରି ପାରିବେ । ବର୍ତ୍ତମାନ ସମୟରେ ମହିଳା ଦଳରୁ ଅନେକ ପ୍ରତିଭା ଜାତୀୟ ଦଳରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହ ଜୁନିୟର ଦଳ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରୁଛନ୍ତି ।" ଆବଶ୍ୟକ ପଡ଼ିଲେ ଆହୁରି ଦକ୍ଷତାପୂର୍ଣ୍ଣ ପ୍ରଶିକ୍ଷଣ ଓଡିଶା ସଂଘକୁ ପ୍ରଦାନ କରାଯିବ ବୋଲି କହିଛନ୍ତି AIFF ସଭାପତି । ଫାଓ ଓ ଏଆଇଏଫଏଫ ମିଶି ଓଡିଶା ଫୁଟବଲକୁ ଆଗକୁ ନେବେ ବୋଲି କହିଛନ୍ତି କଲ୍ୟାଣ ଚୌବେ ।

ଅନ୍ୟପଟେ ନୂତନ ସଭାପତି ଓ ସମ୍ପାଦକଙ୍କ ଓଡିଶା ଗସ୍ତ ଓଡିଶା ଫୁଟବଲ ଟିମକୁ ଆହୁରି ମଜଭୁତ କରିବ ବୋଲି ଆଶା ରଖିଛି ରାଜ୍ୟ ସଙ୍ଘ । ଓଡିଶା ଫୁଟବଲ ଏକ ଉଚ୍ଚକୋଟିର ପ୍ରାଧ୍ୟନ୍ୟ ପାଇବ । ଏମାନଙ୍କ ନେତୃତ୍ବରେ ଓଡିଶା ଫୁଟବଲ ସଫଳତାର ଶିଖର ଛୁଇଁବ ବୋଲି କହିଛନ୍ତି ଫାଓ ସଭାପତି ଦେବାଶିଷ ସାମନ୍ତରାୟ ।

ଏହା ବି ପଢନ୍ତୁ...Ind vs Eng Womens ODI: ସିରିଜ କବଜା କଲା ଭାରତ

ପ୍ରକାଶ ଥାଉ କି, ପ୍ରଥମେ ଭୁବନେଶ୍ବର ଗସ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ କଳିଙ୍ଗ ଷ୍ଟାଡିୟମ ବୁଲିଥିଲେ । ସେମାନଙ୍କ ସହ ବିଶ୍ବକପ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡିଶାରେ ମହିଳା ଫୁଟବଲର ବିକାଶ ଏବଂ ସର୍ବ ଭାରତୀୟ କଳିଙ୍ଗ କପ ଫୁଟବଲର ପୁନଃଆରମ୍ଭ ବିଷୟରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଉଭୟଙ୍କୁ ଉପହାର ସ୍ବରୁପ ହକି ଇଣ୍ଡିଆର ଜର୍ସି ପ୍ରଦାନ କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details