ଓଡିଶା

odisha

ଭୁବନେଶ୍ବରରେ ଜୁନିଅର ମହିଳା T20 କ୍ରିକେଟ

By

Published : Sep 25, 2021, 7:45 PM IST

ଭୁବନେଶ୍ବରରେ ଜୁନିଅର ମହିଳା T20 କ୍ରିକେଟ

ଆସନ୍ତା ୨୮ରୁ ଭୁବନେଶ୍ବରରେ ଖେଳାଯିବ ୧୯ ବର୍ଷରୁ କମ ମହିଳା କ୍ରିକେଟ ମ୍ୟାଚ । ଅଧିକ ପଢନ୍ତୁ...

କଟକ: ଆସନ୍ତା 28 ତାରିଖରୁ ଆରମ୍ଭ ହେବ 19 ବର୍ଷରୁ କମ T20 ମହିଳା କ୍ରିକେଟ । BCCIର ଗ୍ରୀନ ସିଗ୍ନାଲ ପରେ ପ୍ଲେଟ ଗ୍ରୁପ ମ୍ୟାଚକୁ 3ଟି ଗ୍ରାଉଣ୍ଡରେ ଆୟୋଜନ କରିବ OCA ।

ସମସ୍ତ ମ୍ୟାଚ ଭୁବନେଶ୍ବରର ବିକାଶ ସ୍କୁଲ ଗ୍ରାଉଣ୍ଡ କିଟ ଓ ରେଳବାଇ ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏନେଇ 6ଟି ଟିମ ଓଡିଶା ପହଞ୍ଚି ସାରିଛନ୍ତି । ସମସ୍ତ ମ୍ୟାଚ ଜୈବ ସୁରକ୍ଷା ବଳୟ(Bio bubble) ମଧ୍ୟରେ ଖେଳାଯିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି OCA ସମ୍ପାଦକ ସଞ୍ଜୟ ବେହେରା ।

ଭୁବନେଶ୍ବରରେ ଜୁନିଅର ମହିଳା T20 କ୍ରିକେଟ

ନାଗାଲାଣ୍ଡ, ଜମ୍ମୁକାଶ୍ମୀର, ସିକିମ, ଅରୁଣାଚଳ ପ୍ରଦେଶ, ମେଘାଳୟ ଓ ମଣିପୁର ଟିମ ଓଡିଶାରେ ପହଞ୍ଚି ସାରିଛନ୍ତି । ସମସ୍ତ ମ୍ୟାଚ ୩ଟି ପଡିଆରେ ଖେଳାଯିବ । କିଟ୍‌ ୟୁନିଭର୍ସିଟି ଗ୍ରାଉଣ୍ଡ, ଇଷ୍ଟକୋଷ୍ଟ ରେଲେୱ ଗ୍ରାଉଣ୍ଡ ଓ ବିକାଶ ସ୍କୁଲ ଗ୍ରାଉଣ୍ଡରେ ମ୍ୟାଚ ଖେଳାଯିବ ବୋଲି ବିସିସିଆଇ ନିଷ୍ପତ୍ତି ନେଇଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details