କଟକ: ମମିତା ମେହେର ମୃତ୍ୟୁ ଘଟଣା । ଘଟଣାର ତ୍ବରିତ୍ବ ତଦନ୍ତ ଓ ଫାଷ୍ଟଟ୍ରାକ କୋର୍ଟରେ ଶୁଣାଣି ଆବେଦନ ମାମଲାରେ ହାଇକୋର୍ଟରେ ଆଜି(ଗୁରୁବାର) ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ବନ୍ଦ ଲଫାପାରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି।
ମମିତା ହତ୍ୟାକାଣ୍ଡ ଘଟଣାରେ ତଦନ୍ତର ଅଗ୍ରଗତି ନେଇ ସରକାରଙ୍କ ପକ୍ଷରୁ ଏହି ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । ଅନ୍ୟପଟେ ଏହି ଘଟଣାରେ ଆଉ ଏକ ଇଣ୍ଟରଭେନିଙ୍ଗ ପିଟିସନ ଦାଖଲ କରାଯାଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ପିଟିସନ ଦାଖଲ କରାଯାଇଛି । ତେବେ ଆବେଦନକାରୀ ଓକିଲ ଏହାକୁ ବିରୋଧ କରିଥିଲେ ।