ଓଡିଶା

odisha

ଜେଲ ଯିବେ ପ୍ରଶାନ୍ତ ଜଗଦେବ ! ନିୟମିତ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

By

Published : May 20, 2022, 6:03 PM IST

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିୟମିତ ଜାମିନ ହାଇକୋର୍ଟରେ ଖାରଜ । ଫଳରେ ବିଧାୟକ ଜେଲ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ଅନ୍ତରୀଣ ଜାମିନରେ ଅଛନ୍ତି ପ୍ରଶାନ୍ତ । ତେବେ ନିୟମିତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାକୁ ଖାରଜ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

ପ୍ରଶାନ୍ତ ଜଗଦ୍ଦେବ
ପ୍ରଶାନ୍ତ ଜଗଦ୍ଦେବ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ନିୟମିତ ଜାମିନ ହାଇକୋର୍ଟରେ ଖାରଜ । ଫଳରେ ବିଧାୟକ ଜେଲ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି। ସ୍ବାସ୍ଥ୍ୟଗତ କାରଣରୁ ପୂର୍ବରୁ ଅନ୍ତରୀଣ ଜାମିନରେ ଅଛନ୍ତି ପ୍ରଶାନ୍ତ । ତେବେ ନିୟମିତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯାହାକୁ ଖାରଜ କରିଛନ୍ତି ହାଇକୋର୍ଟ ।

ବିଜେପି କର୍ମୀଙ୍କ ସମେତ ସାଧାରଣ ଲୋକଙ୍କ ଉପରେ ଗାଡି ଚଢାଇ ମାରିଦେବାକୁ ଉଦ୍ୟମ ମାମଲାରେ ବାଣପୁର ପୋଲିସ ପ୍ରଶାନ୍ତଙ୍କୁ କରିଥିଲା ଗିରଫ। ଘଟଣାରେ ପ୍ରଶାନ୍ତ ନିଜେ ମଧ୍ୟ ଗୁରୁତର ଆହତ ହୋଇ କିଛି ଦିନ ଚିକିତ୍ସାଧୀନ ଥିଲେ । ସୁସ୍ଥ ହେବା ପରେ ତାଙ୍କୁ ବାଣପୁର ପୋଲିସ ଗିରଫ କରିଥିଲା ।

ପରେ ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଇକୋର୍ଟଙ୍କ ନିକଟରେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ଯାହାକୁ କୋର୍ଟ ଗ୍ରହଣ କରିବା ସହ 2 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ଦେଇଥିଲେ । ଏବେ କିନ୍ତୁ ନିୟମିତ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ହାଇକୋର୍ଟ । ଫଳରେ ପ୍ରଶାନ୍ତ ଜଗଦ୍ଦେବ ପୁଣି ଥରେ ଜେଲକୁ ଫେରିବେ ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କ ନିୟମିତ ଜାମିନକୁ ଖାରଜ କଲେ ଓଡିଶା ହାଇକୋର୍ଟ । ଲୋକଙ୍କ ଉପରେ ଗାଡ଼ି ଚଢାଇବା ଘଟଣାରେ ସେ ଆବେଦନ କରିଥିବା ଜାମିନ ହାଇକୋର୍ଟରେ ଖାରଜ ହୋଇଯାଇଛି। ସ୍ୱାସ୍ଥ୍ୟ ଗତ କାରଣ ଦର୍ଶାଇ ଏବେ ଅନ୍ତରୀଣ ଜାମିନରେ ଥିଲେ ପ୍ରଶାନ୍ତ ଜଗଦେଵ। ନିୟମିତ ଜାମିନ ଖାରଜ ପରେ ବିଧାୟକ ପ୍ରଶାନ୍ତଙ୍କୁ ପୁଣି ଜେଲ ଯିବାକୁ ପଡ଼ିବ। ପୂର୍ବରୁ ଏପ୍ରିଲ ୨୨ରେ ହାଇକୋର୍ଟ ମାମଲାର ଶୁଣାଣି କରି ଜଗଦେବଙ୍କୁ ୭ ଦିନ ଅନ୍ତରୀଣ ଜାମିନ ମଞ୍ଜୁର କରିଥିଲେ । ସର୍ତ୍ତ ପୂରଣ ପରେ ତାଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିଥିଲେ।

ପରବର୍ତ୍ତୀ ସମୟରେ ଅନ୍ତରୀଣ ଜାମିନ ଅବଧି ବୃଦ୍ଧି ପାଇଁ ଜଗଦେବ ହାଇକୋର୍ଟରେ ମଧ୍ୟବର୍ତ୍ତିକାଳନୀ ଆବେଦନ କରିଥିଲେ । ବିଧାୟକଙ୍କ ଅନ୍ତରୀଣ ଜାମିନ ଅବଧି ମେ୪ ତାରିଖରେ ପୁଣି ୭ ଦିନ ପାଇଁ ବୃଦ୍ଧି ପାଇଥିଲା। ଜଷ୍ଟିସ ଶତ୍ରୁଘନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ବରୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ବେଳେ ଆଜି ନିୟମିତ ଜାମିନକୁ ମଧ୍ୟ ଖାରଜ କରି ଦେଇଛନ୍ତି।

ଇତି ମଧ୍ୟରେ ଅନ୍ତରୀଣ ଜାମିନ ଅବଧି ଶେଷ ହୋଇଥିବାରୁ ଜଗଦ୍ଦେବ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବେ ଓ ଏ ସଂପର୍କିତ ସାର୍ଟିଫିକେଟ ହାଇକୋର୍ଟରେ ଦାଖଲ କରାଯିବ। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଯେ ବିଜେପି କର୍ମୀ ଓ ସାଧାରଣ ଜନତାଙ୍କ ଉପରେ ଗାଡି ଚଢାଇ ଦେବା ଅଭିଯୋଗରେ ଜଗଦେବଙ୍କୁ ବାଣପୁର ପୁଲିସ ଗିରଫ କରିଥିଲା।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details