ଓଡିଶା

odisha

ଜଗନ୍ନାଥଙ୍କୁ ଦର୍ଶନ କଲେ ଜଷ୍ଟିସ ଏନଭି ରମଣା, ଏହା ପରେ କଟକ ଗସ୍ତ

By

Published : Sep 25, 2021, 8:51 AM IST

Updated : Sep 25, 2021, 9:47 AM IST

ଜଗନ୍ନାଥଙ୍କୁ ଦର୍ଶନ କଲେ ଜଷ୍ଟିସ ଏନ ଭି ରମଣା, ଏହା ପରେ କଟକ ଗସ୍ତ

ଓଡିଶା ଗସ୍ତରେ ଆସି ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ସିଜେଆଇ । ଏହାପରେ କଟକ ଯାଇ ଜୁଡିସିଆଲ ଏକାଡେମୀ ନିକଟରେ ନବନିର୍ମିତ ଆଇନସେବା ଭବନର ଲୋକାର୍ପଣ କରିବେ ପ୍ରଧାନ ବିଚାରପତି । ଅଧିକ ପଢନ୍ତୁ...

କଟକ: ୨ ଦିନିଆ ଓଡିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମଣା । ଓଡିଶା ଗସ୍ତରେ ଆସି ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ସିଜେଆଇ। ଏହାପରେ କଟକରେ ପହଞ୍ଚି ଜୁଡିସିଆଲ ଏକାଡେମୀ ନିକଟରେ ନବନିର୍ମିତ ଆଇନସେବା ଭବନର ଲୋକାର୍ପଣ କରିବେ ପ୍ରଧାନ ବିଚାରପତି । ତେବେ ଏହି କାର୍ଯ୍ୟକ୍ରମ ପରେ ଓଡିଶା ହାଇକୋର୍ଟର ଡିଜିଟାଲାଇଜେସନ ସେଣ୍ଟର ଓ ହାଇକୋର୍ଟର ରେକର୍ଡ ରୁମ ପରିଦର୍ଶନ କରିବେ।

ସେହିପରି ମଧ୍ୟାହ୍ନ ୧୨ଟାରେ ଓଡିଶା ଜୁଡିସିଆଲ ଏକାଡେମୀ ପରିଦର୍ଶନ କରିବେ। ଅପରାହ୍ନ ୧ଟା ୨୫ ରେ ନୂଆ ବିଲ୍ଡିଂରେ ପହଁଚି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଅପରାହ୍ନ ୨ଟା୩୫ରେ ହାଇକୋର୍ଟରୁ ଭୁବନେଶ୍ୱର ମେ ଫେୟାର ଅଭିମୁଖେ ଯାତ୍ରା କରିବେ । ହୋଟେଲ ମେ ଫେୟାରରେ କିଛି ସମୟ ବିଶ୍ରାମ ନେବା ପରେ ସନ୍ଧ୍ୟା ୬ଟାରେ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଜଣାପଡିଛି । ପ୍ରଧାନ ବିଚାରପତିଙ୍କ ଏହି ଗସ୍ତ ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated :Sep 25, 2021, 9:47 AM IST

ABOUT THE AUTHOR

...view details