ଓଡିଶା

odisha

ବିଶ୍ବ ନାରିକେଳ ଦିବସ; ଫନି ପ୍ରଭାବିତ ପ୍ରତି ନଡିଆ ଗଛ ପ୍ରତି ମିଳିବ 5ଶହ

By

Published : Sep 2, 2019, 11:26 PM IST

ନଡିଆ ଚାଷକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତର ସହ ନେଉଛନ୍ତି । ଖୁବଶୀଘ୍ର ଜାତୀୟ କୃଷିନୀତି ଆସିବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ପାଳିତ ହୋଇଯାଇଛି ବିଶ୍ବ ନାରିକେଳ ଦିବସ । ଭୁବନେଶ୍ବରରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ଯୋଗଦେଇ କହିଛନ୍ତି, ଫନି କ୍ଷତିଗ୍ରସ୍ତ ନଡିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଭାବିତ ପ୍ରତି ନଡିଆ ଗଛ ପିଛା ୫ଶହ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯାଇଛି । ଆଉ କିଛି ବାକି ଅଛନ୍ତି ସେମାନଙ୍କୁ ମଧ୍ୟ ଖୁବଶୀଘ୍ର ସହାୟତା ଦିଆଯିବ ବୋଲି କହିଛନ୍ତି । ନଡିଆ ଚାରା ଯୋଗାଇବା ନେଇ କେନ୍ଦ୍ର ନାରିକେଳ ଉନ୍ନୟନ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ବୋଲି ଏହି ଅବସରରେ ରାଜ୍ୟ କୃଷିମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରକୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଯୋଗଦେଇ କହିଛନ୍ତି ଚାଷୀଙ୍କ ପାଇଁ ରାଜ୍ୟ ଯାହା ପ୍ରସ୍ତାବ ଦେବ କେନ୍ଦ୍ର ତାହା ତୁରନ୍ତ ବିଚାରକୁ ନେବ ବୋଲି କହିଛନ୍ତି । ଏହାସହ ନଡିଆ ଚାଷୀଙ୍କ ପାଇଁ ରାଜ୍ୟକୁ 29 କୋଟି ଅର୍ଥରାଶି ଦିଆଯାଇଛି ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି । ଆୟୋଜିତ ଉତ୍ସବରେ ନଡିଆ ଚାଷ ସମ୍ପର୍କିତ ପ୍ରଦର୍ଶନୀ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ଏକାଧିକ ରାଜ୍ୟର ଶତାଧିକ ନଡିଆ ଚାଷୀ ଓ ନଡିଆ ଉନ୍ନୟନ ବୋର୍ଡର ସଦସ୍ୟ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବିଶ୍ୱ ନାରିକେଳ ଦିବସ ୨୦୧୯ ପାଳିତ।


Body:ନଡ଼ିଆ ଚାଷୀଙ୍କୁ କୃଷି ବୀମା ଭୁକ୍ତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଥିଲେ।ବିଶ୍ୱ ନାରୀକେଳ ଦିବସ ଅବସରରେ ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ।ରାଜ୍ୟରେ ଫନି କ୍ଷତିଗ୍ରସ୍ତ ନଡ଼ିଆ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଭାବିତ ପ୍ରତି ନଡ଼ିଆ ଗଛ ପିଚା ୫ସହ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ ,ପ୍ରାୟ ସମସ୍ତଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ,ଆଉ କିଛି ଚାଷୀ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଦିଆଜିବ।ନଡ଼ିଆ ଚାରା ଯୋଗାଇବା ନେଇ କେନ୍ଦ୍ର ନାରିକେଳ ଉନ୍ନୟନ ବୋର୍ଡ଼ କତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଛି ବୋଲି ରାଜ୍ୟ କୃଷିମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଏ ନେଇ ଆସିଥିବା ପ୍ରସ୍ତାବକୁ ବିଚାରକୁ ନିଆଯିବ।ଖୁବଶୀଘ୍ର ଜାତୀୟ କୃଷିନୀତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ହେଉଥିବା ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ତୋମାର।ଏହି ଅବସରରେ ସୋମବାର ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା ନଡ଼ିଆ ଚାଷ ସମ୍ପର୍କିତ ପଦର୍ଶନୀ।ଓଡିଶା ସମେତ ଏକାଧିକ ରାଜ୍ୟର ଶତାଧିକ ନଡ଼ିଆ ଚାଷୀ ଓ ନଡ଼ିଆ ଉନ୍ନୟନ ବୋର୍ଡ଼ର ସଦସ୍ୟ ଉପସ୍ଥିତ ଥିଲେ।


Conclusion:

ABOUT THE AUTHOR

...view details