ଓଡିଶା

odisha

ପ୍ରକାଶ ପାଇଲା ମହାନଗର ନିଗମ ନିର୍ବାଚନ ଚୂଡାନ୍ତ ଭୋଟର ତାଲିକା

By

Published : Feb 25, 2022, 11:03 AM IST

ପ୍ରକାଶ ପାଇଲା ମହାନଗର ନିଗମ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା । ଅଧିକ ପଢ଼ନ୍ତୁ

voter lists of bhubaneswar municipal corporation election
ପ୍ରକାଶ ପାଇଲା ମହାନଗର ନିଗମ ନିର୍ବାଚନ ଚୂଡାନ୍ତ ଭୋଟର ତାଲିକା

ଭୁବନେଶ୍ବର: ପ୍ରକାଶ ପାଇଲା ମହାନଗର ନିଗମ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା । ଭୁବନେଶ୍ବର ମହାନଗର ନିଗମରେ ମୋଟ ୭ ଲକ୍ଷ ୨୫ହଜାର ୭୬୫ ଭୋଟରଙ୍କ ନାମ ତାଲିକାଭୁକ୍ତ ହୋଇଛି । ଏନେଇ ବିଏମସି ନିର୍ବାଚନ ଅଧିକାରୀ ପ୍ରଫୁଲ୍ଲ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

ତାଲିକା ମୁତାବକ, ବିଏମ୍‌ସି ଅଞ୍ଚଳର ୬୭ ୱାର୍ଡରେ ୭୦୫ ବୁଥ ରହିଛି । ସେମାନଙ୍କ ମଧ୍ୟରୁ ୩ ଲକ୍ଷ ୯୪ ହଜାର ୫୧୦ ପୁରୁଷ ଭୋଟର ରହିଥିବା ବେଳେ ୩ ଲକ୍ଷ ୩୦ ହଜାର ୮୧୫ ମହିଳା ଓ ୪୪୦ ଭୋଟର ଅନ୍ୟାନ୍ୟ ବର୍ଗର ଅଛନ୍ତି । ପୂର୍ବରୁ ଚିଠା ତାଲିକାରେ ୬୯୯ ବୁଥ ରହିଥିବାବେଳେ ଆଉ 6ଟି ବୁଥ ବୃଦ୍ଧି କରାଯାଇଛି । ସେହିପରି ଚିଠା ପୂର୍ବରୁ ତାଲିକାରେ ୱାର୍ଡ ନମ୍ବର ୮ରେ ସର୍ବାଧିକ ୨୬ ହଜାର ୨୯୮ ‌ଭୋଟର ରହିଥିଲେ।

ପ୍ରକାଶ ପାଇଲା ମହାନଗର ନିଗମ ନିର୍ବାଚନ ଚୂଡାନ୍ତ ଭୋଟର ତାଲିକା

ଏବେ ଏହି ୱାର୍ଡରେ ୧୩ ହଜାର ୫୧୬ ଭୋଟର ରହିଛନ୍ତି। ଅନ୍ୟ ୱାର୍ଡରୁ ଭୋଟରଙ୍କ ନାମ ଏହି ୱାର୍ଡରେ ସାମିଲ ହୋଇଥିବାରୁ ସଂଖ୍ୟା ବଢ଼ି ଯାଇଥିଲା। ସେମାନଙ୍କୁ ଚିହ୍ନଟ କରି ନିଜ ନିଜ ୱାର୍ଡକୁ ଫେରାଇ ନିଆଯାଇଛି। ସେହିଭଳି ୩୩ନମ୍ବର ୱାର୍ଡରେ ସର୍ବନିମ୍ନ ୧ହଜାର ୭୮୪ ଭୋଟର ଥିବା ଚିଠା ତାଲିକାରେ ଦର୍ଶାଯାଇଥିଲା। ହେଲେ ଏହାକୁ ନେଇ ଅସନ୍ତୋଷ ଦେଖାଯିବା ପରେ ୱାର୍ଡରେ ଏବେ ୧୦ ହଜାର ୩୩୦ ଭୋଟର ରହିଛନ୍ତି।

ମହାନଗର ନିଗମ ନିର୍ବାଚନ ପାଇଁ ଭୋଟର ତାଲିକା ବିଏମ୍‌ସିର ମୁଖ୍ୟାଳୟ ସମେତ ବିଭିନ୍ନ ୱାର୍ଡ କାର୍ଯ୍ୟାଳୟ ଓ ପ୍ରମୁଖ ସ୍ଥାନରେ ଏହି ଉପଲବ୍ଧ କରାଯାଇଛି। ଏନେଇ ବିଏମ୍‌ସି ନିର୍ବାଚନ ଅଧିକାରୀ ଶ୍ରୀମନ୍ତ ମିଶ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details