ଓଡିଶା

odisha

ଲାଞ୍ଚୁଆଙ୍କୁ ନାହିଁ ତ୍ରାହି, ଭିଜିଲାନ୍ସ ନିର୍ଦ୍ଦେଶକ ଦେଲେ କଡା ଚେତାବନୀ

By

Published : Nov 11, 2021, 12:30 PM IST

ଦୁର୍ନୀତିଖୋରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ସ୍ପେଶାଲ ଟିମ୍ ଗଠନ ହୋଇଥିବା ନେଇ ଭିଜିଲାନ୍ସ ନିର୍ଦ୍ଦେଶକଙ୍କ ସୂଚନା । ଅଧିକ ପଢନ୍ତୁ...

ଲାଞ୍ଚୁଆଙ୍କୁ ଆଉ ତ୍ରାହୀ ନାହିଁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେଲେ କଡା ଚେତାବନୀ
ଲାଞ୍ଚୁଆଙ୍କୁ ଆଉ ତ୍ରାହୀ ନାହିଁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେଲେ କଡା ଚେତାବନୀ

ଭୁବନେଶ୍ବର: ଲାଞ୍ଚ ମାଗୁଥିଲେ କିମ୍ବା ନେଉଥିଲେ ହୁସିଆର । କାରଣ ଭିଜିଲାନ୍ସ ନିର୍ଦ୍ଦେଶକ ଲାଞ୍ଚୁଆଙ୍କ ପାଇଁ ଦେଇଛନ୍ତି କଡା ଚେତାବନୀ । ଏଣିକି ଆଉ ଲାଞ୍ଚୁଆଙ୍କୁ ତ୍ରାହି ନାହିଁ । ଦୁର୍ନୀତିଖୋରଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

ଲାଞ୍ଚୁଆଙ୍କୁ ଆଉ ତ୍ରାହୀ ନାହିଁ, ଭିଜିଲାନ୍ସ ନିର୍ଦ୍ଦେଶକ ଦେଲେ କଡା ଚେତାବନୀ
ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ପୁର୍ବରୁ ଅନେକ ମାମଲା ଠାବ ହୋଇଛି । ଆଗାମୀ ଦିନରେ ତଦନ୍ତ ଆହୁରି କଡାକଡି ହେବ । ଏଥିପାଇଁ ଭିଜିଲାନ୍ସ ଟିମ ପାଖରେ ଏକ ଅଭିଜ୍ଞ ଟିମ ରହିଛି । ଯେଉଁଥିରେ ବଛାବଛା ଅଫିସରଙ୍କ ସହ ବ୍ୟାଙ୍କ କର୍ମଚାରୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ରହିଛନ୍ତି । ଏଥିସହ ଟେକ୍ନୋଲୋଜିର ସହାୟତାର ମଧ୍ୟ ନିଆଯିବ । ଦୁର୍ନୀତି ନିବାରଣ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ।

ତେବେ ମଙ୍ଗବାର ଭିଜିଲାନ୍ସ ଓଡିଶା ପୋଲିସ ହାଉସିଂ ଓ୍ବେଲଫେୟାର କର୍ପୋରେସନର ଡେପୁଟି ମ୍ୟାନେଜରଙ୍କୁ ଧରିବା ପରେ ତାଙ୍କଠାରୁ ୧୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ କରାଯାଇଛି, ଯାହାକି ଭିଜିଲାନ୍ସ ଇତିହାସରେ ପ୍ରଥମ ଘଟଣା । ପୂର୍ବରୁ ଓପିଏସଏସସି କମିଶନର ସଦସ୍ୟଙ୍କ ପିଏସଓଙ୍କ ଘରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଥିଲା ।

ସେହିପରି ପୂର୍ବରୁ ଭୁବନେଶ୍ଵର ଗାଢକଣର କୋଟିପତି ଅଙ୍ଗନବାଡି ଦିଦିଙ୍କ ଠାରୁ ଆରମ୍ଭ କରି କୋଟିପତି କନଷ୍ଟେବଳଙ୍କ ନିକଟରୁ ଆୟ ବହିର୍ଭୂତ ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ । କେବଳ ଏତିକି‌ ନୁହେଁ ନିମାପଡା ତହସିଲଦାର ଏବଂ ପଲ୍ୟୁସନ ବୋର୍ଡର ଅଧିକାରୀଙ୍କ ଲାଞ୍ଚ ଟଙ୍କା ସମେତ ଅନେକ ଲାଞ୍ଚୁଆଙ୍କୁ ଟ୍ରାପ କରିଛି ଭିଜିଲାନ୍ସ । ତେବେ ଆଗକୁ ଯାଞ୍ଚ ଆହୁରି କଡାକଡି ହେବ ବୋଲି ଚେତାଇ ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details