ଓଡିଶା

odisha

ମମିତା ମେହେର ହତ୍ୟାକାଣ୍ଡ: ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

By

Published : Oct 24, 2021, 4:59 PM IST

ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ । ଏହାସହ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ...

Student congress to be protest infront of naveen niwas on26th october
ମମିତା ମେହେର ହତ୍ୟାକାଣ୍ଡ: ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛି ଛାତ୍ର କଂଗ୍ରେସ । ଏହାସହ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ଛାତ୍ର କଂଗ୍ରେସ ।

ମମିତା ମେହେର ହତ୍ୟାକାଣ୍ଡ: ୨୬ରେ ନବୀନ ନିବାସ ଘେରାଉ କରିବ ଛାତ୍ର କଂଗ୍ରେସ

ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ କହିଛନ୍ତି ଯେ କଳାହାଣ୍ଡିର ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ଏବଂ ମମିତାର ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ । ଦୋଷୀକୁ ଦଣ୍ଡ ନହେବା ପର୍ଯ୍ୟନ୍ତ ଛାତ୍ର କଂଗ୍ରେସ ତାର ପ୍ରୟାସ ଜାରି ରଖିବ । ହତ୍ୟାରେ କ୍ୟାପଟେନ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତି ରହିଛି । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ମନ୍ତ୍ରୀଙ୍କୁ ବରଖାସ୍ତ କରୁନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ।

ଯଦି ମନ୍ତ୍ରୀଙ୍କୁ ବରଖାସ୍ତ କରାନଯାଏ କି ମମିତାଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ 1କୋଟି ଟଙ୍କା ପ୍ରଦାନ ନ କରାଯାଏ। ତେବେ 26 ତାରିଖରେ ଛାତ୍ର କଂଗ୍ରେସ ତରଫରୁ ନବୀନ ନିବାସ ଘେରାଉ କରାଯିବାକୁ ଚେତାବନୀ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details