ଓଡିଶା

odisha

ଆଜିଠୁ ଗୁଡ୍ ଗଭର୍ନାନ୍ସକୁ ନେଇ ଆଲୋଚନା, ଯୋଗ ଦେବେ ୨ କେନ୍ଦ୍ରମନ୍ତ୍ରୀ

By

Published : Dec 3, 2021, 8:27 AM IST

କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି(ଶୁକ୍ରବାର) ଭୁବନେଶ୍ବରରେ ରେପ୍ଲିକେସନ ଅଫ ଗୁଡ ଗଭର୍ନାନ୍ସ ପ୍ରାକ୍ଟିସ (Regional conference on Replication of good Governance pratice) ବିଷୟବସ୍ତୁ ଉପରେ ଏକ ସମ୍ମିଳନୀ ଆୟୋଜିତ ହେବ । ଅଧିକ ପଢନ୍ତୁ

ଆଜିଠୁ ଗୁଡ୍ ଗଭର୍ନାନ୍ସ ଉପରେ ସମ୍ମିଳନୀ
ଆଜିଠୁ ଗୁଡ୍ ଗଭର୍ନାନ୍ସ ଉପରେ ସମ୍ମିଳନୀ

ଭୁବନେଶ୍ବର: କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ( Department of Administrative Reforms and Public Grievances) ଏବଂ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଆଜି(ଶୁକ୍ରବାର) ଭୁବନେଶ୍ବରରେ ରେପ୍ଲିକେସନ ଅଫ ଗୁଡ ବଭର୍ନାନ୍ସ ପ୍ରାକ୍ଟିସ (Regional conference on Replication of good Governance pratice) ବିଷୟବସ୍ତୁ ଉପରେ ଏକ ସମ୍ମିଳନୀ ଆୟୋଜିତ ହେବ । ଦୁଇ ଦିନ ଧରି ସେମି-ଭର୍ଚୁଆଲ ମାଧ୍ୟମରେ ଚାଲିବ ଏହି ସମ୍ମିଳନୀ । ସମ୍ମିଳନୀର ବିଷୟବସ୍ତୁ ରହିଛି “ଉତ୍ତମ ପ୍ରଶାସନ ବ୍ୟବସ୍ଥାର ପ୍ରତିଫଳନ”।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,(CM Naveen Patnaik) କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ,(Dharamendra Pradhan) ସାଧାରଣ ଅଭିଯୋଗ, ପେନସନ ବିଜ୍ଞାନ, ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ(Jitendra singh) ଏହି ସମ୍ମିଳନୀରେ ଯୋଗ ଦେବେ । ବିଭିନ୍ନ ଅଧିବେଶନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ନୀତି ଆୟୋଗ ଭଳି ପ୍ରତିଷ୍ଠାନର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଅଧିବେଶନରେ ଯୋଗ ଦେଇ ପରସ୍ପର ମଧ୍ୟରେ ବିଚାରବିମର୍ଶ କରିବେ । ଜାତୀୟ ଓ ରାଜ୍ୟସ୍ତରୀୟ ସରକାରୀ ପ୍ରଶାସନିକ ସଙ୍ଗଠନ ଗୁଡିକୁ ଗୋଟିଏ ମଞ୍ଚକୁ ଆଣି ପ୍ରଶାସନିକ ଅଭିଜ୍ଞତା ଓ ନୂଆ କାର୍ଯ୍ୟଧାରା ବାଣ୍ଟିବା, ଜୀବନ ଧାରଣ ମାନରେ ସୁଧାର ଆଣିବା ଦିଗରେ ସୃଷ୍ଟ ଅସୁବିଧାକୁ ଦୂର କରିବା, ଇ-ଗଭର୍ନାନ୍ସ ଏବଂ ଡିଜିଟାଲ ଗଭର୍ନାନ୍ସକୁ ମଜବୁତ କରିବା ଏହି ସମ୍ମିଳନୀରେ ମୁଖ୍ୟ ଉଦ୍ଦେଶ୍ୟ ।

ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଡିଏଆରପିଜି ସଚିବ ସଞ୍ଜୟ ସିଂ ଉଦଘାଟନୀ ଓ ଉଦଯାପନୀ ଅଧିବେଶନରେ ଉପସ୍ଥିତ ରହିବେ । ସମ୍ମିଳନୀରେ ରାଜ୍ୟର ଜିଲ୍ଲାପାଳ/ପ୍ରତିନିଧିମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିବେ । ଓଡ଼ିଶା ସମେତ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ସିକିମ, ନାଗାଲାଣ୍ଡ, ମିଜୋରାମ, ତ୍ରିପୁରା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶ ଆଦି ୧୪ ରାଜ୍ୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details