ଓଡିଶା

odisha

PanchayatPolls: ନିର୍ବାଚନ କଟକଣା କୋହଳ ପାଇଁ ଦାବି

By

Published : Feb 1, 2022, 9:34 PM IST

ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ କଟକଣା କୋହଳ କରିଛନ୍ତି । ଫଳରେ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ କଟକଣା କୋହଳ କରିବା ପାଇଁ ଏବେ ଦାବି ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଲାଗୁ କରିଥିବା କିଛି କଟକଣା କୋହଳ ହୋଇପାରେ। ଅଧିକ ପଢନ୍ତୁ

PanchayatPolls
PanchayatPolls

ଭୁବନେଶ୍ବର: ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ କଟକଣା କୋହଳ କରିଛନ୍ତି । ଫଳରେ ପଞ୍ଚାୟତ ନିର୍ବାଚନକୁ ନେଇ ମଧ୍ୟ କଟକଣା କୋହଳ କରିବା ପାଇଁ ଏବେ ଦାବି ହୋଇଛି । ପଞ୍ଚାୟତ ନିର୍ବାଚନ ପାଇଁ ନିର୍ବାଚନ କମିଶନ ଲାଗୁ କରିଥିବା କିଛି କଟକଣା କୋହଳ ହୋଇପାରେ।

କରୋନା ସଂକ୍ରମଣ କମିଥିବାରୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଭାରତର ନିର୍ବାଚନ ଆୟୋଗ କିଛି କଟକଣା କୋହଳ କରିବା ପରେ ରାଜ୍ୟରେ ସମାନ ନିୟମ ଲାଗୁ ଦାବି ହୋଇଛି । ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ ପରିବତ୍ତର୍ନ କରିବାକୁ ରାଜ୍ୟର ୩ଟି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।

ନିର୍ବାଚନ କଟକଣା କହୋଳ ପାଇଁ ଦାବି

ତେବେ ସ୍ଥିତି ଦେଖି କମିଶନ ନିଷ୍ପତ୍ତି ପୁନଃବିଚାର କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏବେ ଦୈନିକ ସଂକ୍ରମଣ ୩ ହଜାରକୁ ଖସିଛି କରୋନା। ୧୦ ଦିନ ହେଲା ସଂକ୍ରମଣ ରହିଛି ତଳମୁହାଁ । ତେଣୁ ରାଜ୍ୟ ସରକାର ଫେବ୍ରୁଆରୀ ଗାଇଡଲାଇନରେ କିଛି କଟକଣା କୋହଳ କରିଛନ୍ତି । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ କହିଛନ୍ତି ଏନେଇ ଦଳ ନିଷ୍ପତ୍ତି ନେଇ ଦାବି କରିବ ।

ସେପଟେ କଂଗ୍ରେସ ବିଧାୟକ ସୁର ରାଉତ କହିଛନ୍ତି ସଂକ୍ରମଣ କମୁଛି । ବିଧାନସଭା ନିର୍ବାଚନ ପାଇଁ ମଧ୍ୟ କଟକଣା କୋହଳ ହୋଇଛି । ଏଠି ମଧ୍ୟ କୋହଳ କରାଯାଉ । ପୂର୍ବରୁ ଯେଉଁଭଳି ନିର୍ବାଚନ ହେଉଥିଲା ସେହିଭଳି ହେଉ ବୋଲି ସୁର ଦାବି କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details