ଓଡିଶା

odisha

ଲୋକାୟୁକ୍ତ ଅପିଲ ପ୍ରକ୍ରିୟା ସରଳୀକରଣ ପାଇଁ ଦାବି

By

Published : Jan 13, 2021, 8:44 PM IST

ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ ପାଇଁ ରାଜ୍ୟ ସରକାରଙ୍କ ନୂଆ ନିୟମାବଳୀର ପ୍ରତ୍ୟାହାର ଦାବି କଲା ଓଡିଶା ସୂଚନା ଅଧିକାର ଅଭିଯାନ । ଅଧିକ ପଢନ୍ତୁ...

odisha Right to Information Campaign press meet
ଲୋକୟୁକ୍ତ ଅପିଲ ପ୍ରକ୍ରିୟା ସରଳୀକରଣ କରିବା ନେଇ ଦାବି

ଭୁବନେଶ୍ବର: ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ଦାଖଲ ନେଇ ଫର୍ମ ଓ ନୋଟାରୀ ଆପିଡେଭିଟ ବ୍ୟବସ୍ଥାର ପ୍ରତ୍ୟାହାର ପାଇଁ ଦାବି କଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ । ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର ଲୋକୟୁକ୍ତ ନିକଟରେ ଅଭିଯୋଗ ଦାଖଲ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରିଥିଲେ । ଯାହା ସମ୍ପୂର୍ଣ୍ଣ ଜନବିରୋଧୀ ଏବଂ ଲୋକାୟୁକ୍ତକୁ ଅଦରକାରୀ ସଂସ୍ଥାରେ ପରିଣତ ପାଇଁ ଏହା ଏକ ବଡ ଚକ୍ରାନ୍ତ ବୋଲି ଅଭିଯୋଗ କରିଛି ସୂଚନା ଅଧିକାର ଅଭିଯାନ ।

ଲୋକୟୁକ୍ତ ଅପିଲ ପ୍ରକ୍ରିୟା ସରଳୀକରଣ କରିବା ନେଇ ଦାବି

ରାଜ୍ୟ ସରକାରଙ୍କ ନୂଆ ନିୟମାବଳୀ ଅନୁଯାୟୀ, ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ପୂର୍ବରୁ ଅଭିଯୋଗକାରୀ ଆବେଦନ କରିବା ପାଇଁ ନୋଟାରୀ ଆଫିଡେଭିଟ ବାଧ୍ୟତାମୂଳକ କରାଯାଇଛି । ଯଦ୍ବାରା ଜଣେ ଅଭିଯୋଗକାରୀ ଆଇନଜୀବୀର ସାହାଯ୍ୟ ନେବା ସହ 200 ରୁ 300 ଟଙ୍କା ବ୍ୟୟ କରିବାକୁ ପଡିବ । ଏହାବ୍ୟତୀତ ଅଭିଯୋଗ ପାଇଁ ତାକୁ ସାତ ପୃଷ୍ଠା ସମ୍ବଳିତ ଅଭିଯୋଗ ପତ୍ର ପୂରଣ କରିବାକୁ ହେବ । ଫଳରେ ଜଣେ ସାଧାରଣ ଲୋକଟିଏ ବହୁ ଅସୁବିଧାର ସମ୍ମୁଖୀନ ହେବ ବୋଲି ଅଭିଯୋଗ ହୋଇଛି । ଏହି ନିୟମ ଲାଗୁ ପରେ ଲୋକାୟୁକ୍ତଙ୍କ ନିକଟରେ ବହୁ ପରିମାଣରେ ଅଭିଯୋଗ କମିଥିବା କହିଛି ସୂଚନା ଅଧିକାର ଅଭିଯାନ ।

ଏହାଛଡା ଓଡିଶା ଲୋକାୟୁକ୍ତ ଅଧିନିୟମର ଧାରା 57 ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସରକାର ଏହାକୁ ଆଇନ କରିପାରିଲେ ନାହିଁ । ଉକ୍ତ ଧାରା ଅନୁସାରେ ପ୍ରତିବର୍ଷ ସମସ୍ତ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧିମାନେ ନିଜର ସମ୍ପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରିବେ । ହେଲେ 2014ରୁ ଲୋକାୟୁକ୍ତ ଗଠନ ହୋଇଥିଲେ ମଧ୍ୟ 6 ବର୍ଷ ହେଲା ସରକାର ଧାରାକୁ ଆଇନ କରିପାରିଲେ ନାହିଁ କିନ୍ତୁ ଏବେ ମିଛ କାଗଜପତ୍ର ଦାଖଲ କରି ସ୍ବଚ୍ଛତାର ମିଛ ପ୍ରଚାର ପ୍ରସାର କରୁଥିବା ମଧ୍ୟ ଅଭିଯୋଗ କରି ସୂଚନା ଅଧିକାର ଅଭିଯାନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details