ଓଡିଶା

odisha

Odisha Corona: ଦିନକରେ 870 ସଂକ୍ରମିତ ଚିହ୍ନଟ

By

Published : Aug 4, 2022, 10:00 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 870 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ 870 ସଂକ୍ରମିତ ଚିହ୍ନଟ
ଦିନକରେ 870 ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ ରହିଛି କୋରୋନା ପଜିଟିଭ ମାମଲା । ଗତକାଲି (ବୁଧବାର) ଚିହ୍ନଟ 870 ସଂକ୍ରମଣ ମାମଲା ଆଜି ସାମାନ୍ୟ କମିଛି । ଗତ 24 ଘଣ୍ଟାରେ 870 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ 509 ହୋଇଥିବାବେଳେ 368ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 157 କିଶୋର ଆକ୍ରାନ୍ତ ହୋଇଛନ୍ତି । ସୁନ୍ଦରଗଡରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 10, ବରଗଡ 36, ଭଦ୍ରକରୁ 8, ବଲାଙ୍ଗୀରରୁ 45, ବୌଦ୍ଧରୁ 6, କଟକରୁ 20, ଦେଓଗଡରୁ 8, ଢେଙ୍କାନାଳରୁ 2, ଗଜପତିରୁ 63, ଗଞ୍ଜାମରୁ 1, ଜଗତସିଂହପୁରରୁ 5, ଯାଜପୁରରୁ 16, ଝାରସୁଗୁଡାରୁ 23, କଳାହାଣ୍ଡିରୁ 63, କନ୍ଧମାଳରୁ 8, କେନ୍ଦ୍ରାପଡାରୁ 6,କେନ୍ଦୁଝରରୁ 5 ଓ ଖୋର୍ଦ୍ଧାରୁ 140 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 6, ମୟୂରଭଞ୍ଜରୁ 59, ନବରଙ୍ଗପୁରରୁ 12, ନୟାଗଡରୁ 21, ନୂଆପଡାରୁ 12, ପୁରୀରୁ 2, ରାୟଗଡାରୁ 14, ସମ୍ବଲପୁରରୁ 72, ସୋନପୁରରୁ 17, ସୁନ୍ଦରଗଡରୁ ସର୍ବାଧିକ 220 ମାମଲା ଚିହ୍ନଟ ହୋଇଥିବାବେଳେ ଷ୍ଟେଟପୋଲରୁ 27 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 16 ହଜାର, 473ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 6325 ସକ୍ରିୟ ମାମଲା ରହିଛି । ନୂଆ 928 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ ହଜାର 951ରେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details