ଓଡିଶା

odisha

Odisha Corona: 24 ଘଣ୍ଟାରେ 653 ସଂକ୍ରମିତ

By

Published : Aug 10, 2022, 9:41 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 653 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

24 ଘଣ୍ଟାରେ 653 ସଂକ୍ରମିତ
24 ଘଣ୍ଟାରେ 653 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିଲା କୋରୋନା ସଂକ୍ରମଣ । ମଙ୍ଗଳବାର ଚିହ୍ନଟ 487 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ବଢିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 653 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 384 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 269 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 128 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 3, ବାଲେଶ୍ବର 9, ବରଗଡ 27, ଭଦ୍ରକରୁ 4, ବଲାଙ୍ଗୀରରୁ 39, ବୌଦ୍ଧରୁ 4, କଟକରୁ 19, ଦେଓଗଡରୁ 4, ଢେଙ୍କାନାଳରୁ 1, ଗଜପତିରୁ 7, ଗଞ୍ଜାମରୁ 15, ଜଗତସିଂହପୁର 5, ଯାଜପୁରରୁ 14, ଝାରସୁଗୁଡାରୁ 6, କଳାହାଣ୍ଡିରୁ 30, କନ୍ଧମାଳରୁ 15, କେନ୍ଦ୍ରାପଡାରୁ 7, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 96 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହପରି କୋରାପୁଟରୁ 13, ମୟୂରଭଞ୍ଜରୁ 33, ନବରଙ୍ଗପୁରରୁ 14, ନୟାଗଡରୁ 17, ନୂଆପଡାରୁ 8, ପୁରୀରୁ 3, ରାୟଗଡାରୁ 4, ସମ୍ବଲପୁରରୁ 46, ସୋନପୁରରୁ 14, ସୁନ୍ଦରଗଡରୁ ସର୍ବାଧିକ 173 ଓ ଷ୍ଟେଟପୋଲରୁ 21 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 20 ହଜାର 667ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5213 ସକ୍ରିୟ ମାମଲା ରହିଛି । ନୂଆ 988 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 6 ହଜାର 249 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details