ଓଡିଶା

odisha

Odisha Corona Cases, ଦିନକରେ ୨୯୬ ସଂକ୍ରମିତ

By

Published : Aug 24, 2022, 9:43 AM IST

ରାଜ୍ୟରେ ଦିନକୁ ଦିନ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ନୂଆ ୨୯୬ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ୨୯୬ ସଂକ୍ରମିତ
ଦିନକରେ ୨୯୬ ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତକାଲି ଚିହ୍ନଟ ୨୦୬ ମାମଲାରୁ ଆଜି ସଂକ୍ରମଣ ସାମାନ୍ୟ ବଢିଛି । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୯୬ ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୪୭ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ ୧୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ ୪୪ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୧, ବାଲେଶ୍ବରରୁ ୪, ବରଗଡ ୮, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୧, ବୌଦ୍ଧରୁ ୨, କଟକରୁ ୨୦, ଦେଓଗଡରୁ ୨, ଢେଙ୍କାନାଳରୁ ୨, ଗଜପତିରୁ ୬, ଜଗତସିଂହପୁରରୁ ୩, ଯାଜପୁରରୁ ୬, ଝାରସୁଗୁଡାରୁ ୩, କଳାହାଣ୍ଡିରୁ ୨୩, କୋରାପୁଟରୁ ୨, କନ୍ଧମାଳରୁ ୪, କେନ୍ଦ୍ରାପଡାରୁ ୫, ଖୋର୍ଦ୍ଧାରୁ ୬୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢନ୍ତୁ...ହାଇକୋର୍ଟରେ ରତ୍ନଭଣ୍ଡାର ମାମଲା, ସ୍ଥିତି ସମ୍ପର୍କରେ ଅବଗତ କରାଇବାକୁ ନିର୍ଦ୍ଦେଶ

ସେହିପରି ମୟୂରଭଞ୍ଜରୁ ୧୭, ନବରଙ୍ଗପୁରରୁ ୭, ନୟାଗଡରୁ ୭, ନୂଆପଡାରୁ ୬, ପୁରୀରୁ ୩, ରାୟଗଡାରୁ ୩, ସମ୍ବଲପୁରରୁ ୧୩, ସୋନପୁରରୁ ୨, ସୁନ୍ଦରଗଡରୁ ୧୪୪ ଓ ଷ୍ଟେଟପୋଲରୁ ୧୫ ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୪ ହଜାର ୭୬୬ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ୨୧୯୭ ସକ୍ରିୟ ମାମଲା ରହିଛି । ନୂଆ ୩୪୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ ୧୩ ଲକ୍ଷ ୧୪ ଲକ୍ଷ ୩୪୯ ଜଣ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details