ଓଡିଶା

odisha

କମୁଛି ସଂକ୍ରମଣ, ଦିନକରେ 280 ସଂକ୍ରମିତ

By

Published : Aug 17, 2022, 9:42 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 280 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

କମୁଛି ସଂକ୍ରମଣ, ଦିନକରେ 280 ସଂକ୍ରମିତ
କମୁଛି ସଂକ୍ରମଣ, ଦିନକରେ 280 ସଂକ୍ରମିତ

ଭୁବନେଶ୍ବର:ରାଜ୍ୟରେ କିଛି ଦିନ ହେବ ସଂକ୍ରମଣ କମିବାରେ ଲାଗିଛି । ମଙ୍ଗଳବାର ଚିହ୍ନଟ 653 ସଂକ୍ରମିତ ଅପେକ୍ଷା ଆଜି (ବୁଧବାର) ମାମଲା ଆହୁରି କମିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 280 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 165 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 115 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 40 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 2, ବାଲେଶ୍ବର 8, ବରଗଡ 9, ବଲାଙ୍ଗୀରରୁ 9, ବୌଦ୍ଧରୁ 4, କଟକରୁ 22, ଦେଓଗଡରୁ 5, ଗଜପତିରୁ 5, ଗଞ୍ଜାମରୁ 6, ଜଗତସିଂହପୁର 2, ଯାଜପୁରରୁ 7, ଝାରସୁଗୁଡାରୁ 3, କଳାହାଣ୍ଡିରୁ 7, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 2, ଖୋର୍ଦ୍ଧାରୁ 61 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହପରି କୋରାପୁଟରୁ 5, ମୟୂରଭଞ୍ଜରୁ 12, ନବରଙ୍ଗପୁରରୁ 5, ନୟାଗଡରୁ 12, ନୂଆପଡାରୁ 15, ପୁରୀରୁ 4, ରାୟଗଡାରୁ 1, ସମ୍ବଲପୁରରୁ 8, ସୋନପୁରରୁ 3, ସୁନ୍ଦରଗଡରୁ 45 ଓ ଷ୍ଟେଟପୋଲରୁ 14 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 23 ହଜାର 587ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2981 ସକ୍ରିୟ ମାମଲା ରହିଛି । ନୂଆ 759 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 13 ଲକ୍ଷ 11 ହଜାର 394 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details