ଓଡିଶା

odisha

Odisha Corona, 255 ନୂଆ ସଂକ୍ରମିତ ଚିହ୍ନଟ

By

Published : Aug 16, 2022, 10:19 AM IST

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 255 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona, 300 ତଳେ ସଂକ୍ରମଣ
Odisha Corona, 300 ତଳେ ସଂକ୍ରମଣ

ଭୁବନେଶ୍ବର:ରାଜ୍ୟରେ ତିନିଶହ ତଳକୁ ଖସିଲା କୋରୋନା ଦୈନିକ ସଂକ୍ରମଣଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 255 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 149 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 106 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 43 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବର 7, ବରଗଡ 5, ଭଦ୍ରକରୁ3, ବଲାଙ୍ଗୀରରୁ7, କଟକରୁ 13, ଦେଓଗଡରୁ 12, ଗଜପତିରୁ 6, ଗଞ୍ଜାମରୁ 1, ଜଗତସିଂହପୁର 1, ଯାଜପୁରରୁ 6, ଝାରସୁଗୁଡାରୁ 4, କଳାହାଣ୍ଡିରୁ 14, କନ୍ଧମାଳରୁ 1,ଖୋର୍ଦ୍ଧାରୁ 59 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 3, ମୟୂରଭଞ୍ଜରୁ 11, ନବରଙ୍ଗପୁରରୁ 12, ନୟାଗଡରୁ 7, ନୂଆପଡାରୁ 4, ପୁରୀରୁ 2, ରାୟଗଡାରୁ 4, ସମ୍ବଲପୁରରୁ 14, ସୋନପୁରରୁ 10, ସୁନ୍ଦରଗଡରୁ 44 ଓ ଷ୍ଟେଟପୋଲରୁ 13 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 23 ହଜାର 307ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 3462 ସକ୍ରିୟ ମାମଲା ରହିଛି । ନୂଆ 479 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details