ଓଡିଶା

odisha

Odisha Corona Cases, ଦିନକରେ 221 ସଂକ୍ରମିତ

By

Published : Aug 29, 2022, 10:11 AM IST

24 ଘଣ୍ଟାରେ ରାଜ୍ୟରେ ଆଉ 221ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, ଦିନକରେ 221 ସଂକ୍ରମିତ
Odisha Corona Cases, ଦିନକରେ 221 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । 24 ଘଣ୍ଟାରେ ରାଜ୍ୟରେ ଆଉ 221 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 129 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 92 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 31 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 5, ବରଗଡ 2, ବରଗଡରୁ 2, ବଲାଙ୍ଗୀରରୁ 14, ବୌଦ୍ଧରୁ 2, କଟକରୁ 12, ଦେଓଗଡରୁ 2, ଯାଜପୁରରୁ 6, ଝାରସୁଗୁଡାରୁ 4, କଳାହାଣ୍ଡିରୁ 10, କନ୍ଧମାଳରୁ 3, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 58 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ 5, ନବରଙ୍ଗପୁରରୁ 13, ନୟାଗଡରୁ 3, ନୂଆପଡାରୁ 9, ପୁରୀରୁ 1, ରାୟଗଡାରୁ 3, ସମ୍ବଲପୁରରୁ 15, ସୁନ୍ଦରଗଡରୁ 35 ଓ ଷ୍ଟେଟପୋଲରୁ 14 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 27 ହଜାର 150ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1994 ସକ୍ରିୟ ମାମଲା ରହିଛି । ନୂଆ 205ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 15 ହଜାର 929ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,31,48,307 କୋରୋନା ପରୀକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆକାଶରୁ ଖସିଲା ମୃତ୍ୟୁ, ଶୁଦ୍ଧି କ୍ରିୟାକୁ ଯାଇ ଆରପାରିକୁ ଚାଲିଗଲେ ମାଆ ପୁଅ

ରବିବାର ରାଜ୍ୟରେ 257 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସଂକ୍ରମିତଙ୍କ ମଧ୍ୟରୁ 151 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 106 ଜଣ ସ୍ଥାନୀୟ ସଂକ୍ରମିତ ରହିଥିଲେ । ତେବେ ରାଜ୍ୟରେ ବର୍ତ୍ତମାନ ପାଞ୍ଚ ଶହ ତଳକୁ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ରାଜ୍ୟବାସୀଙ୍କ ପାଇଁ ଆଶ୍ବସ୍ତିକର ଖବର । ସେହିପରି ରାଜ୍ୟରେ କୋରୋନା ମୃତ୍ୟୁ(Corona Death) ସଂଖ୍ୟା ମଧ୍ୟ ହ୍ରାସ ପାଇଛି ।

ABOUT THE AUTHOR

...view details