ଓଡିଶା

odisha

Odisha Corona Cases, ଦିନକରେ 206 ସଂକ୍ରମିତ

By

Published : Aug 23, 2022, 10:39 AM IST

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 206 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

Odisha Corona Cases, ଦିନକରେ 206 ସଂକ୍ରମିତ
Odisha Corona Cases, ଦିନକରେ 206 ସଂକ୍ରମିତ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 206 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 121 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ, 85 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 17 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବରଗଡ 9, ବଲାଙ୍ଗୀରରୁ 7, ବୌଦ୍ଧରୁ 2, କଟକରୁ 16, ଦେଓଗଡରୁ 3, ଗଜପତିରୁ 4, ଗଞ୍ଜାମରୁ 2, ଯାଜପୁରରୁ 6, କଳାହାଣ୍ଡିରୁ 3, କନ୍ଧମାଳରୁ 4, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 2, ଖୋର୍ଦ୍ଧାରୁ 48 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 11, ମାଲକାନଗିରିରୁ 1, ମୟୂରଭଞ୍ଜରୁ 6, ନବରଙ୍ଗପୁରରୁ 1, ନୟାଗଡରୁ 6, ନୂଆପଡାରୁ 9, ପୁରୀରୁ 3, ସମ୍ବଲପୁରରୁ 13, ସୋନପୁରରୁ 1, ସୁନ୍ଦରଗଡରୁ 36 ଓ ଷ୍ଟେଟପୋଲରୁ 12 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 25 ହଜାର 470ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 2247 ସକ୍ରିୟ ମାମଲା ରହିଛି । ନୂଆ 326 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details