ଓଡିଶା

odisha

Odisha Covid Cases: ରାଜ୍ୟରେ ନୂଆ 164 ସଂକ୍ରମିତ ଚିହ୍ନଟ

By

Published : Sep 20, 2022, 9:15 AM IST

Odisha Covid Cases: ରାଜ୍ୟରେ ନୂଆ 164  ସଂକ୍ରମିତ ଚିହ୍ନଟ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି 2ଶହ ତଳକୁ ଖସିଲା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 164 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 164 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 97 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 67 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 43 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 1, ବରଗଡରୁ 3, ଭଦ୍ରକରୁ 3, କଟକରୁ 33, ଦେବଗଡରୁ 2, ଢେଙ୍କାନଳରୁ 1, ଗଞ୍ଜାମରୁ 3, ଜଗତସିଂହପୁରରୁ 3, ଯାଜପୁରରୁ 5, କଳାହାଣ୍ଡିରୁ 4, କନ୍ଧମାଳରୁ 10, ଖୋର୍ଦ୍ଧାରୁ 41 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 3, ନବରଙ୍ଗପୁରରୁ 3, ନୟାଗଡରୁ 5, ନୂଆପଡାରୁ 3, ପୁରୀରୁ 1, ସମ୍ବଲପୁରରୁ 4, ସୋନପୁରରୁ 4, ସୁନ୍ଦରଗଡରୁ 21 ଓ ଷ୍ଟେଟପୋଲରୁ 9 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ବି ପଢନ୍ତୁ... ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ପାଇଁ 587 କୋଟି ମଞ୍ଜୁର

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 32 ହଜାର 82ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1499 ସକ୍ରିୟ ମାମଲା ରହିଛି । ନୂଆ 218 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 21 ହଜାର 344ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,34,45, 821 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ABOUT THE AUTHOR

...view details