ଓଡିଶା

odisha

Odisha Corona: ପୁଣି ହଜାର ପାର ପଜିଟିଭ, ଦିନକରେ 1174 ଚିହ୍ନଟ

By

Published : Jul 27, 2022, 9:37 AM IST

ରାଜ୍ୟରେ ଗତ 24 ଘଣ୍ଟାରେ 1174 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ପୁଣି ହଜାର ପାର ପଜିଟିଭ
ପୁଣି ହଜାର ପାର ପଜିଟିଭ

ଭୁବନେଶ୍ବର:ରାଜ୍ୟରେ ପୁଣି ହଜାର ପାର କରିଛି ପଜିଟିଭ ମାମଲା । ଗତକାଲି (ମଙ୍ଗଳବାର) ହଜାର ତଳକୁ ଖସିଥିବା କୋରୋନା ସଂକ୍ରମଣ ମାମଲା ଆଜି ପୁଣି ବଢିଛି । ଗତ 24 ଘଣ୍ଟାରେ 1174 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ 688 ହୋଇଥିବାବେଳେ 486ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 155 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 3, ବାଲେଶ୍ବର 16, ବରଗଡ ୨୩, ଭଦ୍ରକରୁ 7, ବଲାଙ୍ଗୀରରୁ 32, ବୌଦ୍ଧରୁ 4, କଟକରୁ 63, ଦେଓଗଡରୁ 9, ଢେଙ୍କାନାଳରୁ 5, ଗଜପତିରୁ 5, ଗଞ୍ଜାମରୁ 3, ଜଗତସିଂହପୁରରୁ 11, ଯାଜପୁରରୁ 16, ଝାରସୁଗୁଡାରୁ 11, କଳାହାଣ୍ଡିରୁ 19, କନ୍ଧମାଳରୁ 28, କେନ୍ଦ୍ରାପଡାରୁ 5, କେନ୍ଦୁଝରରୁ 10, ଖୋର୍ଦ୍ଧାରୁ ସର୍ବାଧିକ 316 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି କୋରାପୁଟରୁ 16,ମାଲକାନଗିରିରୁ 1, ମୟୂରଭଞ୍ଜରୁ 87, ନବରଙ୍ଗପୁରରୁ 16, ନୟାଗଡରୁ 25, ନୂଆପଡାରୁ 9, ପୁରୀରୁ 8, ରାୟଗଡାରୁ 12, ସମ୍ବଲପୁରରୁ 89, ସୋନପୁରରୁ 14, ସୁନ୍ଦରଗଡରୁ 261 ଓ ଷ୍ଟେଟପୋଲରୁ 48 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 09 ହଜାର 85ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7011 ସକ୍ରିୟ ମାମଲା ରହିଛି । ନୂଆ 1216 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12 ଲକ୍ଷ 92 ହଜାର, 889 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details