ଓଡିଶା

odisha

କୋଭିଡ ଟୀକାକରଣରେ ରାଜ୍ୟର ରେକର୍ଡ, 1କୋଟି ଲୋକ ନେଲେଣି ଡବଲ ଡୋଜ୍ ଟିକା

By

Published : Oct 18, 2021, 9:57 PM IST

ମହାମାରୀ କୋଭିଡର ମୁକାବିଲା ପାଇଁ କଟକଣା ସହ ଜନସାଧାରଣଙ୍କ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଫଳସ୍ବରୁପ ଏଯାବତ୍ ୧ କୋଟିରୁ ଊର୍ଦ୍ଧ୍ବ ରାଜ୍ୟବାସୀଙ୍କୁ ହୋଇଛି ଡବଲ ଡୋଜ୍ ଟୀକାକରଣ । ଅଧିକ ପଢନ୍ତୁ...

କୋଭିଡ ଟୀକାକରଣରେ ରାଜ୍ୟର ରେକର୍ଡ, 1କୋଟି ଲୋକ ନେଲେଣି ଡବଲ ଡୋଜ୍ ଟିକା
କୋଭିଡ ଟୀକାକରଣରେ ରାଜ୍ୟର ରେକର୍ଡ, 1କୋଟି ଲୋକ ନେଲେଣି ଡବଲ ଡୋଜ୍ ଟିକା

ଭୁବନେଶ୍ବର: ରାଜ୍ୟବାସୀଙ୍କୁ ଟୀକାକରଣରେ ଆଉ ପାଦେ ଆଗରେ ଓଡିଶା । ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟୀକାକରଣକୁ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୨ଟି ଡୋଜ୍ ଟୀକାକରଣ କରାଯାଇଥିବା ଜଣାପଡିଛି । ଏଥିସହ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ତରଫରୁ ସହର ତଥା ଗ୍ରାମାଞ୍ଚଳ ଗୁଡିକରେ ଟିକାକରଣକୁ ଅଧିକରୁ ଅଧିକ ତ୍ବରାନ୍ବିତ କରିବା ସହ ଲୋକମାନେ ଯେପରି ଗୋଟିଏ ଡୋଜ୍ ଟିକା ନେଇ ଘରେ ରହି ନଯାଆନ୍ତି ସେସବୁକୁ ଦୃଷ୍ଟି ଦିଆଯାଇଛି ।

ସେପଟେ ଟୀକାକରଣ ସାଙ୍ଗକୁ ମାସ୍କ ପିନ୍ଧିବା ସାନିଟାଇଜରର ବ୍ୟବହାର ଓ ୬ଫୁଟର ସାମାଜିକ ଦୂରତ୍ବ ବଜାୟ ରଖିବାକୁ ରାଜ୍ୟବାସୀଙ୍କୁ ସର୍ତକ କରିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details