ଭୁବନେଶ୍ବର:ରାଜ୍ୟରେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା 'ଗୁଲାବ'। ଆଉ ଏହାର ପ୍ରଭାବ ୧୨ ଘଣ୍ଟା ରହିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
ସୂଚନାନୁଯାୟୀ ଗତ ୨୪ ଘଣ୍ଟାରେ କୋରାପୁଟ ଓ ଗଜପତି ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି । କୋରାପୁଟର ପଟ୍ଟାଙ୍ଗୀରେ ସର୍ବାଧିକ ୧୪୮ ମିଲିମିଟର ବର୍ଷା ହୋଇଛି ।