ଓଡିଶା

odisha

‘ସୁପାରିଶରେ ହେବନି ଖେଳାଳି ଚୟନ’

By

Published : Nov 27, 2019, 9:36 PM IST

କ୍ଲବ କ୍ରିକେଟରେ ଆଉ ଚଳିବନି ସୁପାରିଶ୍ । ଉପଯୁକ୍ତ ପ୍ରାର୍ଥୀଙ୍କୁ ଦିଆଯିବ ସୁଯୋଗ । ଏହି ଲକ୍ଷ୍ୟ ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

OCA secretary sanjay behera felicitated in bbsr
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଥିବା କ୍ଲବ କ୍ରିକେଟରେ ଏବେ ବି ସୁପାରିଶରେ ଖେଳାଳି ଚୟନ ହେଉଛନ୍ତି । ଏଥିରେ କୌଣସି ସ୍ବଚ୍ଛତା ରହୁନଥିବା ବେଳେ ଯୋଗ୍ୟ ପ୍ରାର୍ଥୀ ନିଜ ହକ୍ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଥିରେ ପରିବର୍ତ୍ତନ ଆଣିବା ପାଇଁ ଲକ୍ଷ୍ୟ ରଖିଛନ୍ତି ଓଡିଶା କ୍ରିକେଟ ଆସୋସିଏସନର ସମ୍ପାଦକ ସଞ୍ଜୟ ବେହେରା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଭୁବନେଶ୍ୱର ଆଥଲେଟିକ ଆସୋସିଏସନ ପକ୍ଷରୁ ନବନିର୍ବାଚିତ ଓସିଏ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ସଞ୍ଜୟ କହିଛନ୍ତି, ରାଜ୍ୟରେ କ୍ଲବ କ୍ରିକେଟ ନିମନ୍ତେ ଥିବା କ୍ରୀଡ଼ାବିତ ଚୟନ ପ୍ରକ୍ରିୟାରେ ସେ ଜମାରୁ ସନ୍ତୁଷ୍ଟ ନୁହଁନ୍ତି । ତେଣୁ ଏଥିରେ ପରିବର୍ତ୍ତନ ଆଣିବା ସହିତ ସ୍ୱଚ୍ଛତା ବଜାୟ ରଖିବା ଉଦ୍ଦେଶ୍ୟରେ ଡିଜିଟାଲ ମାଧ୍ୟମରେ ସଫ୍ଟୱେର ବ୍ୟବହାର କରି ପିଲାମାନଙ୍କର ସମ୍ପୂର୍ଣ୍ଣ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଯୋଗ୍ୟ ପ୍ରାର୍ଥୀ ଚୟନ କରାଯିବ । ତେଣୁ ଏଥି ପାଇଁ ସହଯୋଗ କରିବା ସହିତ ପିଲାମାନଙ୍କ ଭବିଷ୍ୟତକୁ ପ୍ରାଥମିକତା ଦେବାକୁ ସେ ଅନ୍ୟ ଆସୋସିଏସନର କର୍ମକର୍ତ୍ତାମାନଙ୍କୁ କହିଛନ୍ତି ।

ଏହି ଅବସରରେ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଓଡ଼ିଶାରେ ଦ୍ଵିତୀୟ କ୍ରିକେଟ ଷ୍ଟାଡିୟମ ନେଇ ସରକାରଙ୍କ ସହିତ ଆଲୋଚନା ଜାରି ରହିଛି ବୋଲି କହିଥିଲେ । ସରକାର ଏନେଇ ସକାରାତ୍ମକ ଥିବାବେଳେ ନିଜ କାର୍ଯ୍ୟକାଳ ସମୟରେ ଏହାକୁ ପୂରଣ କରିବା ଦିଗରେ ଚେଷ୍ଟା କରିବେ ବୋଲି କହିଛନ୍ତି । ସେହିପରି ରାଜ୍ୟରେ ଗୋଟିଏ କ୍ରିକେଟ ଏକାଡେମୀ ଥିବାବେଳେ କ୍ରିକେଟର ବିକାଶ ନିମନ୍ତେ ରାଜ୍ୟରେ ଆହୁରି 4ରୁ 6ଟି ଏକାଡେମୀ କରିବା ପାଇଁ ଯୋଜନା ଥିବା କହିଛନ୍ତି ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ



ABOUT THE AUTHOR

...view details