ଓଡିଶା

odisha

ଧାମରା ବନ୍ଦର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

By

Published : Sep 15, 2021, 10:54 PM IST

ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

new police post create by state govt  for dhamara port
ଧାମରା ବନ୍ଦରରେ ପାଇଁ ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର

ଭୁବନେଶ୍ବର:ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ ନୂତନ ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର । ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ପ୍ରତିଷ୍ଠା ହେବ । ଏଥି ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ କରିଛନ୍ତି ।

ଏଥିରେ ଦୁଇଟି ଇନ୍‌ସପେକ୍ଟର, ୮ଟି ସବ୍‌-ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ ସୃଷ୍ଟି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଅପ୍ରବାସ କେନ୍ଦ୍ର ରୂପେ ଘୋଷଣା କରାଯାଇଛି । ଏହା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details