ଓଡିଶା

odisha

ଚାନ୍ଦିପୁର DRDO ଗୁପ୍ତତଥ୍ୟ ଲିକ ଘଟଣା, ପାକିସ୍ତାନ ସୁନ୍ଦରୀ ରଚିଥିଲା ହନିଟ୍ରାପ ଷଡଯନ୍ତ୍ର

By

Published : Oct 27, 2021, 12:32 PM IST

Updated : Oct 27, 2021, 6:25 PM IST

ଚାନ୍ଦିପୁର ଡିଆରଡିଓ ଗୁପ୍ତ ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ପାକିସ୍ତାନ ସୁନ୍ଦରୀ ରଚିଥିଲା ଏହି ହନିଟ୍ରାପ ଷଡଯନ୍ତ୍ର । ଚାନ୍ଦିପୁର ପରେ ରାଜସ୍ଥାନ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ କର୍ମଚାରୀଙ୍କୁ ଫସାଇଥିଲା ପାକ୍ ଝିଅ । ଅଧିକ ପଢନ୍ତୁ...

ଚାନ୍ଦିପୁର DRDO ଗୁପ୍ତତଥ୍ୟ ଲିକ ଘଟଣା, ପାକିସ୍ତାନ ସୁନ୍ଦରୀ ରଚିଥିଲା ହନିଟ୍ରାପ ଷଡଯନ୍ତ୍ର
ଚାନ୍ଦିପୁର DRDO ଗୁପ୍ତତଥ୍ୟ ଲିକ ଘଟଣା, ପାକିସ୍ତାନ ସୁନ୍ଦରୀ ରଚିଥିଲା ହନିଟ୍ରାପ ଷଡଯନ୍ତ୍ର

ଭୁବନେଶ୍ବର: ଚାନ୍ଦିପୁର ପରେ ରାଜସ୍ଥାନ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସକୁ ଟ୍ରାପ । ପାକିସ୍ତାନର ରହସ୍ୟମୟୀ ଯୁବତୀ ରଚିଥିଲା ଷଡଯନ୍ତ୍ର । ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସ ଯୋଧପୁରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀକୁ ହନିଟ୍ରାପ ଜାଲରେ ଫସାଇଥିଲା ପାକ୍ ଯୁବତୀ । ଏନେଇ ରାଜସ୍ଥାନ‌ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଓଡିଶା କ୍ରାଇମବ୍ରାଞ୍ଚ ଠାରୁ ତଦନ୍ତ ପାଇଁ ନେଇଥିଲେ ସହାୟତା । ତେବେ ଚାନ୍ଦିପୁରର ୫ଜଣ କର୍ମଚାରୀଙ୍କୁ ଯେଉଁ ରହସ୍ୟମୟୀ ଯୁବତୀ ହନିଟ୍ରାପ କରିଥିଲା ସେହି ହିଁ ତାଙ୍କୁ ମଧ୍ୟ ନିଜ ଜାଲରେ ଫସାଇଥିବା ଜଣାପଡିଛି ।

ଚାନ୍ଦିପୁର DRDO ଗୁପ୍ତତଥ୍ୟ ଲିକ ଘଟଣା, ପାକିସ୍ତାନ ସୁନ୍ଦରୀ ରଚିଥିଲା ହନିଟ୍ରାପ ଷଡଯନ୍ତ୍ର

ଏଥିସହ ଯୁବତୀ ଜଣକ ପାକିସ୍ତାନର ବୋଲି ଚାଟିଂ ଫଟୋରୁ କ୍ରାଇମବ୍ରାଞ୍ଚ ସୁରାକ୍ ପାଇଛି । ସେ ଚାନ୍ଦିପୁରର ଜଣେ କର୍ମଚାରୀକୁ ୩୮ ହଜାର‌ ଟଙ୍କା ପଠାଇଥିଲା । ଦୁଇଟି କିସ୍ତିରେ ୨୪ ହଜାର ଓ ୧୪ ହଜାର‌ କରି ଦୁବାଇରୁ ଲୁଲୁ ଇଣ୍ଟରନ୍ୟାସନାଲ ଏକ୍ସଚେଞ୍ଜ ଜରିଆରେ ଚାନ୍ଦିପୁରର ଜଣେ କର୍ମଚାରୀକୁ ଟଙ୍କା ପଠାଇଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି ।

ଏନେଇ କ୍ରାଇମବ୍ରାଞ୍ଚ ପାକିସ୍ତାନରୁ ସମ୍ପୃକ୍ତ ଯୁବତୀର ତଥ୍ୟ ପାଇଁ ଇଣ୍ଟରପୋଲ ସହାୟତା ଲୋଡିଛି । ଏବେ ବି କିଛି ସୋସିଆଲ ମିଡିଆ ଆକାଉଣ୍ଟ ଆକ୍ଟିଭ ଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated :Oct 27, 2021, 6:25 PM IST

ABOUT THE AUTHOR

...view details