ଓଡିଶା

odisha

ଅଚାନକ ଗସ୍ତ କରି ଅଫିସରଙ୍କ ନିଦ ହଜାଇଲେ ଅରୁଣ ସାହୁ

By

Published : Aug 13, 2019, 5:41 PM IST

ନିଜ ଦାୟିତ୍ବ ପ୍ରତି ଖାମଖିଆଲି ମନୋଭାବ ରଖୁଥିବା ବାବୁମାନଙ୍କ ନିଦ ହଜେଇ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଆଜି ସକାଳୁ କୃଷି ବିଭାଗର ବିଭିନ୍ନ ଅଫିସକୁ ଅତର୍କିତ ପରିଦର୍ଶନ କରିଥିଲେ । କିନ୍ତୁ କେତେକ ବିଭାଗର ପ୍ରକୋଷ୍ଠରେ ଦେଖିବାକୁ ପାଇନଥିଲେ କର୍ମଚାରୀ ଓ ଅଫିସରଙ୍କୁ । ଆଉ ଏହି ବିଳମ୍ବକୁ ନେଇ ସେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ଓ ଅଫିସର ସକାଳ 10ଟାରେ ଅଫିସ ଆସିବେ ଏବଂ ସାଢେ 5ଟାରେ ଘରକୁ ଫେରିବେ । ଅପରାହ୍ନ ସାଢେ 1ରୁ 2ଟା ହେଉଛି ମଧ୍ୟାହ୍ନ ଭୋଜନ ସମୟ । ଖାଲି ସେତିକି ନୁହେଁ କର୍ମଚାରୀଙ୍କୁ ଚାପମୁକ୍ତ ରଖିବାକୁ ମାସର ଦ୍ବିତୀୟ ଶନିବାର ଭଳି ଚତୁର୍ଥ ଶନିବାରକୁ ମଧ୍ୟ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏତେ ସୁବିଧା ମିଳିବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିଛନ୍ତି ବାବୁମାନେ । ସକାଳ 10ଟା ପରେ ଅଫିସ ଚୌକିରେ ମଧ୍ୟ ନଜର ଆସୁନାହାନ୍ତି । ନିଜ ଦାୟିତ୍ବ ପ୍ରତି ଖାମଖିଆଲି ମନୋଭାବ ରଖୁଥିବା ଏଭଳି ବାବୁମାନଙ୍କ ନିଦ ହଜେଇ ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳୁ ଅଫିସ ସମୟ ମଧ୍ୟରେ କୃଷି ବିଭାଗର ବିଭିନ୍ନ ଅଫିସକୁ ଅତର୍କିତ ପରିଦର୍ଶନ କରିଥିଲେ କୃଷିମନ୍ତ୍ରୀ । କିନ୍ତୁ କେତେକ ବିଭାଗର ପ୍ରକୋଷ୍ଠରେ ଦେଖିବାକୁ ପାଇନଥିଲେ କର୍ମଚାରୀ ଓ ଅଫିସରଙ୍କୁ । ସୂଚନାନୁସାରେ ଅରୁଣ ସାହୁ ପ୍ଲାଣ୍ଟ ପ୍ରୋଟେକ୍ସନ ଅଫିସ ଯାଇଥିଲେ। ସେଠାରେ କୃଷି ଉପନିର୍ଦ୍ଦେଶକଙ୍କ ଦେଖାନଥିଲା । ହଠାତ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବା ସହିତ ବିଳମ୍ବରେ ଅଫିସ ଆସୁଥିବା ଯୋଗୁଁ କାରଣ ଦର୍ଶାଅ ନୋଟିସ କରିଥିଲେ ମନ୍ତ୍ରୀ । ସେହିପରି ଆଗ୍ରୋନୋମିଷ୍ଟ, M.I & W.U, State Bio fertiliser Testing Laboratory, OSSOPCA କାର୍ଯ୍ୟାଳୟକୁ ଯାଇ ମଧ୍ୟ ଧରପଗଡ଼ କରିଥିଲେ ।

ତେବେ ବିଳମ୍ବରେ ଅଫିସ ଆସିବାରେ ଖାଲି ଯେ ସାଧାରଣ କର୍ମଚାରୀ ସାମିଲ ଥିଲେ ତାହା ନୁହେଁ ଉପରିସ୍ତ ଅଧିକାରୀଙ୍କ ଅନୁପସ୍ଥିତିକୁ ଖୋଦ୍‌ ପରଖିଲେ ମନ୍ତ୍ରୀ । ଅଧିକାରୀଙ୍କ ଏଭଳି ବେଖିଆଲି ମନୋଭାବକୁ ନେଇ ସେ ରିପୋର୍ଟ ତଲବ କରିଛନ୍ତି । ମନ୍ତ୍ରୀ ଅରୁଣ ସାହୁଙ୍କ ଏଭଳି ପଦକ୍ଷେପ ବାବୁମାନଙ୍କ ନିଦ ହଜେଇବା ସହ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କୁରହି ବି ହଜି କର୍ମଚାରୀଙ୍କ ମନରେ କୋକୁଆ ଭୟ। ଅଧିକାରୀ ଓ କର୍ମଚାରୀ ଙ୍କ ନିଦ ହଜାଇ ଦେଲେଣି କୃଷି ମନ୍ତ୍ରୀ ଅରୁଣ ସାହୁ। ଆଜି ସକାଳୁ ସକାଳୁ ଅଫିସ ସମୟ ମଧ୍ୟରେ କୃଷି ବିଭାଗ ଅଧୀନରେ ଥିବା ବିଭିନ୍ନ ଅଫିସକି ଅଚାନକ ପରିଦର୍ଶନ କରିଥିଲେ ଅରୁଣ। ପ୍ଲାଣ୍ଟ ପ୍ରୋଟେକ୍ସନ ଅଫିସ ଯାଇଥିଲେ। ସେଠାରେ କୃଷି ଉପ ନିର୍ଦ୍ଦେଶକଙ୍କ ଦେଖା ନଥିଲା। ହଠାତ ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବା ସହିତ ବିଳମ୍ବରେ ଅଫିସ ଆସୁଥିବା ଯୋଗୁଁ କାରଣ ଦର୍ଶନ ନୋଟିସ କରିଥିଲେ। Body:ସେହିପରି
Agronomist ,M.I.& W.U, State Bio fertiliser Testing Laboratory, OSSOPCAକାର୍ଯ୍ୟାଳୟ ଯାଇ ଧରପାଗଡ଼ କରିଥିଲେ। ସାଧାରଣ କର୍ମଚାରୀ ଙ୍କ କଥା ଛାଡ଼ନ୍ତୁ ଉପରିସ୍ଥ ଅଧିକାରୀ ଙ୍କ ଅନୁପସ୍ଥିତ ଖୋଦ ମନ୍ତ୍ରୀ ନିଜେ ପରଖିଲେ। ଶେଷରେ ଏନେଇ ରିପୋର୍ଟ ତଲବ କରିବା ପରେ ଏବେ କର୍ମଚାରୀ ଙ୍କ ମନରେ ଯେମିତି କୋକୁଆ ଭୟ।Conclusion:

ABOUT THE AUTHOR

...view details