ଓଡିଶା

odisha

ଲଘୁଚାପ ସକ୍ରିୟ, ଆହୁରି ଚାରି ଦିନ ବର୍ଷିବ

By

Published : Oct 16, 2021, 6:40 PM IST

ରାଜ୍ୟରେ ଲାଗି ରହିଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୪ ଦିନ ରାଜ୍ୟରେ ହେବ ବର୍ଷା । ଏ ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଅଧିକ ପଢନ୍ତୁ...

Light pressure active, it will rain  another four days in state
ଲଘୁଚାପ ସକ୍ରିୟ, ଆହୁରି ଚାରି ଦିନ ବର୍ଷିବ

ଭୁବନେଶ୍ବର: ଲଘୁଚାପ ସକ୍ରିୟ, ରାଜ୍ୟରେ ଆହୁରି ଚାରି ଦିନ ବର୍ଷିବ । ଗତକାଲିର ଲଘୁଚାପ କ୍ଷେତ୍ର ଆଜି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ତଥା ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ-ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ଏହାସହ ଜଡିତ ଘୁର୍ଣ୍ଣିବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଯାଏଁ ବାୟୁମଣ୍ଡଳରେ ବ୍ୟାପିଛି।

ଲଘୁଚାପ ସକ୍ରିୟ, ଆହୁରି ଚାରି ଦିନ ବର୍ଷିବ

ରାଜ୍ୟରେ ଆସନ୍ତା ୨୦ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତାକାଲି ସକାଳ ୮ ଟା ୩୦ ମଧ୍ୟରେ ୭ ଜିଲ୍ଲା ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ଯାଜପୁର, ନୟାଗଡ, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଜିଲ୍ଲାରେ ଘଡଘଡି ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ଏହା ସହ ସମୁଦ୍ର ଅଶାନ୍ତ ହେତୁ ୧୭ ତାରିଖରୁ ୧୯ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ପ୍ରବେଶ ନିମନ୍ତେ ବାରଣ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details