ଓଡିଶା

odisha

ରାଜଧାନୀରେ ସକ୍ରିୟ ଜମି ଦଲାଲ, ଜମିଜମା ବିବାଦରେ ପୋଲିସର ପାତରଅନ୍ତର

By

Published : Apr 19, 2021, 3:50 PM IST

ଅନ୍ୟର ଜାଗାକୁ ଆପଣକୁ ଦେଖାଇ ଜାଗା ବିକିବାର ପ୍ରତିଶୃତି ଦେଇ ଠକି ନେଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା। ଏଭଳି ସାଂଘାତିକ ଘଟଣା ଘଟୁଛି ଖୋଦ ରାଜଧାନୀରେ । କେତେବେଳେ ଜମି ଓ ଫ୍ଲାଟ ଦେଖାଇ ତ କେତେବେଳେ ଲୋଭନୀୟ ସ୍କିମ ଦେଖାଇ ଠକାମିର ଶିକାର କରୁଛନ୍ତି ଦଲାଲ। ଅଧିକ ପଢନ୍ତୁ...

Land dispute
ରାଜଧାନୀରେ ସକ୍ରିୟ ଜମି ଦଲାଲ, ଜମିଜମା ବିବାଦରେ ପୋଲିସର ପାତରଅନ୍ତର

ଭୁବନେଶ୍ବର:ରାଜଧାନୀରେ ସକ୍ରିୟ ଜମି ଦଲାଲ। ଅନ୍ୟର ଜାଗାକୁ ଆପଣକୁ ଦେଖାଇ ଜାଗା ବିକିବାର ପ୍ରତିଶୃତି ଦେଇ ଠକି ନେଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା। ଏ ଭଳି ସାଂଘାତିକ ଘଟଣା ଘଟୁଛି ଖୋଦ ରାଜଧାନୀରେ । କାରଣ ସହରରେ ବଢୁଥିବା ଡିମାଣ୍ଡ ଦେଖି ଲୋକଙ୍କୁ ଶିକାର ବନାଉଛନ୍ତି ଠକ। କେତେବେଳେ ଜମି ଓ ଫ୍ଲାଟ ଦେଖାଇ ତ କେତେବେଳେ ଲୋଭନୀୟ ସ୍କିମ ଦେଖାଇ ଠକାମିର ଶିକାର କରୁଛନ୍ତି ଦଲାଲ। ଯାହାର ମାଳ ମାଳ ଅଭିଯୋଗ ହୋଇଛି ରାଜଧାନୀର ଅନେକ ଥାନାରେ ।

ଜମିଜମା ବିବାଦରେ ପୋଲିସର ପାତରଅନ୍ତର

ଭୁବନେଶ୍ବରରେ ଜମି କିଣାବିକାକୁ ନେଇ ଆସିଥିବା ଅଭିଯୋଗ ଅନୁଯାୟୀ ଜମି ଜବରଦଖଲ ବା ହଡପ ଭଳି ମାମଲା ଥାନାରେ ଅଭିଯୋଗ ହୋଇନଥାଏ । କିନ୍ତୁ ଜମି ବିକ୍ରୟ ପାଇଁ ପ୍ରତିଶୃତି ଦେଇ ଠକିବା, ଜମି କିଣାବିକା ପାଇ ଟଙ୍କା ନେଇ ପରେ ଜମି ବା ଟଙ୍କା ନ ଫେରେଇବା ଭଳି ମାମଲା ଅଭିଯୋଗ ହୋଇଛି । ତେବେ ଅନେକ କ୍ଷେତ୍ରରେ ଥାନା ସହ ଜମିମାଫିଆ ଓ ଜମି ଦଲାଲଙ୍କ ସଲାସୁତୁରା ଯୋଗୁଁ ଥାନାରେ ମାମଲା ସମାଧାନ ହୋଇ ପାରୁନାହିଁ। ସେପଟେ କମିସନରେଟ ପୋଲିସ ତଥ୍ୟ କହୁଛି ବିଗତ ଚାରି ବର୍ଷରେ ୨୩୦୦ରୁ ଉର୍ଦ୍ଧ୍ବ ମାମଲା ରାଜଧାନୀରୁ ଆସିଛି । ୨୦୧୭ରେ ୬୦୬ଟି, ୨୦୧୮ରେ ୫୮୪ଟି, ୨୦୧୯ରେ ୬୫୦ଟି ସେହିପରି ୨୦୨୦ରେ ୪୪୦ଟି ରାଜଧାନୀର ବିଭିନ୍ନ ଥାନାରେ ରୁଜୁ ହୋଇଛି। ଯେଉଁଥିରେ ଅନେକ ଜମି ଦଲାଲଙ୍କ ସମେତ ବିଲଡର ଓ ରିୟଲ ଇଷ୍ଟେଟ ଭଳି ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରାଯାଇଛି।

ତେବେ ଅନେକ କ୍ଷେତ୍ରରେ ଥାନା ସହ ଜମିମାଫିଆ ଓ ଜମି ଦଲାଲଙ୍କ ସଲାସୁତୁରା ଯୋଗୁଁ ଥାନାରେ କୌଣଶି ନଷ୍କର୍ସ ବାହାରୁନାହିଁ। ଫଳରେ ଗରିବ ବା ସାଧାରଣ ଲୋକ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହା ସହ ପୋଲିସର ପାତର ଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହୋଇଛି । ଫଳରେ ଅଭିଯୋଗକାରୀକୁ ମାମଲା କୋର୍ଟକୁ ନେବାକୁ ପଡୁଛି। ତେବେ ଏକ କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଥିଲେ। ନଚେତ ସାମୁହିକ ଭାବେ କୌଣସି ସଂସ୍ଥା ଏକ କୋଟିରୁ ଅଧିକ ଠକେଇ କରିଥିଲେ ସେଭଳି ମାମଲା କ୍ରାଇମବ୍ରାଚର ଇଓଡ଼ବ୍ଲୁ ଭଳି ସଂସ୍ଥା ତଦନ୍ତ କରିଥାଏ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details