ଓଡିଶା

odisha

ଡିସେମ୍ବର 1ରୁ କୋଣାର୍କ ମହୋତ୍ସବ

By

Published : Nov 28, 2019, 5:54 PM IST

ଡିସେମ୍ବର 1ରୁ ମୁକ୍ତାକାଶ ରଙ୍ଗମଞ୍ଚରେ ପରିବେଷଣ ହେବ 30ତମ କୋଣାର୍କ ନୃତ୍ୟ ଉତ୍ସବ । ଏଥିସହିତ ଚନ୍ଦ୍ରଭାଗାର ବାଲୁକା ଶଯ୍ୟାରେ ବାଲୁକାକଳାର ଅପୂର୍ବ ନିଦର୍ଶନ ଉପଭୋଗ କରିପାରିବେ ଦର୍ଶକ ।

Konark dance festival
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଆସନ୍ତା ଡିସେମ୍ବର 1 ରୁ ଆରମ୍ଭ ହେବ 30ତମ କୋଣାର୍କ ନୃତ୍ୟ ଉତ୍ସବ ଓ 8ମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମହାକୁମ୍ଭ ସହିତ ଚନ୍ଦ୍ରଭାଗାର ବାଲୁକା ଶଯ୍ୟାରେ ବାଲୁକାକଳାର ଅପୂର୍ବ ନିଦର୍ଶନ ଉପଭୋଗ କରିପାରିବେ ଦର୍ଶକ । ଗୁରୁବାର ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଳ ଦେବ କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୀର୍ଘ 5 ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଇଣ୍ଡୋନେସିଆର ବାଲିରୁ ଆସିଥିବା ଶିଳ୍ପୀମାନେ ଶାସ୍ତ୍ରୀୟ ତଥା ଲୋକନୃତ୍ୟ ପରିବେଷଣ କରିବେ । ଯାହାକି ଚଳିତ ବର୍ଷର ମୁଖ୍ୟ ଆକର୍ଷଣ ହେବ । ଏହା ସହିତ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ଯଥା କଥକ, ଭରତନାଟ୍ୟମ୍‌, ମୋହିନିଆଟମ, କୁଚୁପୁଡି ଏବଂ ଓଡିଶୀ ନୃତ୍ୟର ବିଶିଷ୍ଟ ଶିଳ୍ପୀ ଏଥିରେ ଭାଗ ନେବା ସହ ନିଜ କଳା ପ୍ରଦର୍ଶନ କରିବେ ।

ସେହିପରି କୋଣାର୍କ ବେଳାଭୂମିରେ ଆୟୋଜିତ 8ମ ଆନ୍ତର୍ଜାତୀୟ ବାଲୁକା କଳା ଶିବିରରେ ଦେଶ ବିଦେଶରୁ 123ଜଣ ବାଲୁକାଶିଳ୍ପୀ ଭାଗ ନେବେ । ଏଥିସହିତ ବେଳାଭୂମିରେ ବିଭିନ୍ନ ଥିମ୍‌ରେ କଳାକୃତି ପ୍ରଦର୍ଶନ କରିବେ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 1 ତାରିଖ ଠାରୁ କୋଣାର୍କର ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହେବାକୁ ଯାଉଛି ଶାସ୍ତ୍ରୀୟ ନୃତ୍ୟର ଅନନ୍ୟ ମହୋତ୍ସବ କୋଣାର୍କ ନୃତ୍ୟ ଉତ୍ସବ।ଯେଉଁଥି ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସମ୍ଭାର ଦର୍ଶକମାନଙ୍କୁ ବିମୋହିତ କରିବ।ଏହା ସହିତ ଚନ୍ଦ୍ରଭାଗାର ବାଲୁକାଶଯ୍ୟାରେ ଆୟୋଜିତ ହେବାକୁ ଥିବା ଆନ୍ତର୍ଜାତିକ ବାଲୁକା କାଳର ଅପୂର୍ବ ନିଦର୍ଶନ ମଧ୍ୟ କରିପାରିବେ।


Body:ଆଜି ପାନ୍ଥନିବାସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ରାଜ୍ୟ ପର୍ଯ୍ୟଟନ ବିଭାଗର ଶାସନ ସଚିବ ଶ୍ରୀଯୁକ୍ତ ବିଶାଳ ଦେବ କହିଛନ୍ତି 5 ଦିନ ଧରି ଚାଳିବାକୁ ଥିବା ଏହି ଉତ୍ସବର ଦ୍ଵିତୀୟ ସଂଧ୍ୟାରେ ଇଣ୍ଡୋନେସିଆର ବାଲିରୁ ଆସିଥିବା ଶିଳ୍ପୀମାନେ ସେମାନଙ୍କ ଶାସ୍ତ୍ରୀୟ ତଥା ଲୋକନୃତ୍ୟ ପରିବେଷଣ କରିବେ।ଯାହାକି ଚଳିତ ବର୍ଷର ମୁଖ୍ୟ ଆକର୍ଷଣ।ଏହା ସହିତ ଅନ୍ୟାନ୍ୟ ଶାସ୍ତ୍ରୀୟ ନୃତ୍ୟ ଯଥା କଥକ,ଭାରତନାଟ୍ୟମ,ମୋହିନିଆଟମ,କୁଚୁପୁଡି ଓ ଓଡିଶୀ ନୃତ୍ୟର ବିଶିଷ୍ଟ ଶିଳ୍ପୀମାନେ ଭାଗନେଇ ସେମାନଙ୍କ ନିପୁଣତା ପ୍ରଦର୍ଶନ କରିବେ।
ସେହିଭଳି କୋଣାର୍କ ବେଳାଭୂମିରେ 8ମ ଆନ୍ତର୍ଜାତୀୟ ବାଲୁକା କଳା ଶିବିର ମଧ୍ୟ ଆୟୋଜନ କରାଯାଉଥିବା ସେ ସୂଚନା ଦେଇଛନ୍ତି।ଏହି ଶିବିର ରେ ଦେଶ ବିଦେଶରରୁ 123ଜଣ ବାଲୁକାଶିଳ୍ପୀ ଭାଗନେଇ ବିଭିନ୍ନ ଥିମରେ କଳାକୃତି ପ୍ରଦର୍ଶନ କରିବେ ବୋଲି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
ବାଇଟ-ବିଶାଳ ଦେବ,ସଚିବ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।



Conclusion:

ABOUT THE AUTHOR

...view details