ଓଡିଶା

odisha

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 438 କୋରାେନା ଆକ୍ରାନ୍ତ

By

Published : Oct 10, 2021, 7:53 PM IST

ରାଜ୍ୟରୁ ଆଜି ଦିନକରେ 438 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 18 ହଜାର 749 ରେ ପହଞ୍ଚିଲା । ଅଧିକ ପଢନ୍ତୁ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 438 କୋରାେନା ଆକ୍ରାନ୍ତ
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ 438 କୋରାେନା ଆକ୍ରାନ୍ତ

ଭୁବନେଶ୍ବର: ମହାମାରୀ କୋରୋନାରୁ ଆଜି (ରବିବାର) ରାଜ୍ୟରେ 438 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାର 192 ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 10 ଲକ୍ଷ 18 ହଜାର 749 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେବେ ଆରୋଗ୍ୟଙ୍କ ମଧ୍ୟରୁ କଟକରୁ ୫୦, ପୁରୀରୁ ୧୫, ଅନୁଗୋଳରୁ ୨, ଦେବଗଡରୁ ୩, ସମ୍ବଲପୁରରୁ ୧୪, ଯାଜପୁରରୁ ୧୬, ମୟୂରଭଞ୍ଜରୁ ୧୩, ଗଞ୍ଜାମରୁ ୪, ନୟାଗଡ଼ରୁ ୩, କେନ୍ଦ୍ରାପଡାରୁ ୮, ସୁନ୍ଦରଗଡରୁ ୩, ଜଗତସିଂହପୁରରୁ ୨୬, କୋରାପୁଟରୁ ୨, ବାଲେଶ୍ବରରୁ ୨୧, ମାଲକାନଗିରିରୁ ୧, ଢ଼େଙ୍କାନାଳରୁ ୧୨,ରାୟଗଡାରୁ ୧ ଓ ଷ୍ଟେଟ୍‌ ପୁଲ୍‌ରୁ ୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ୍ କରି ସୂଚନା ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details