ଓଡିଶା

odisha

Expiry Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

By

Published : Nov 27, 2021, 9:46 AM IST

Updated : Nov 27, 2021, 9:55 AM IST

ଏକ୍ସପାରୀ ମେଡ଼ିସିନ(Expire Medicine) ନ ଦେବାକୁ ସବୁ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ(Health Director)ଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

Expire Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ
Expire Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଏକ୍ସପାରୀ ମେଡ଼ିସିନ(Expire Medicine) ନ ଦେବାକୁ ସବୁ ମେଡିକାଲ କଲେଜ ଏବଂ ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ । ରାଜ୍ୟରେ ଅଧିକାଂଶ ସ୍ଥାନରୁ ଏପରି ଅଭିଯୋଗ ଆସିବା ପରେ ଆଗାମୀ ଦିନରେ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ(Health Director) ଡ. ବିଜୟ କୁମାର ମହାପାତ୍ର ଏକ ମାର୍ଗଦର୍ଶିକା ଜାରି କରିଛନ୍ତି ।

Expiry Medicine: ଏକ୍ସପାରୀ ମେଡ଼ିସିନ ପ୍ରତି ଧ୍ୟାନ ଦେବାକୁ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ
ମାର୍ଗଦର୍ଶିକା ଅନୁଯାୟୀ ଯେ କୌଣସି ପରିପ୍ରେକ୍ଷୀରେ ଏକ୍ସପାରୀ ମେଡ଼ିସିନ ରୋଗୀଙ୍କୁ ଯେପରି ଦିଆନଯାଏ ସେଥିପ୍ରତି ଦୃଷ୍ଟି ଦେବାକୁ ରାଉରକେଲା, ଭୁବନେଶ୍ବର ମୁଖ୍ୟ ଚିକିତ୍ସାଳୟ ସମେତ ସବୁ ମେଡିକାଲ କଲେଜ ଏବଂ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ ଔଷଧ ଦେବା ପୂର୍ବରୁ ତା’ର ଅବଧିକୁ ବାରମ୍ବାର ଦେଖିବାର ଆବଶ୍ୟକତା ରହିଛି । ଏଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ତାଲିମ ଦେବା ଦରକାର ।

ରାଜ୍ୟ ଔଷଧ ନିଗମ ପକ୍ଷରୁ ପର୍ଯ୍ୟାୟକ୍ରମେ ତାଲିମ ପ୍ରଦାନ କରାଯାଉଛି । ଏହାବାଦ୍ ସରକାରଙ୍କ ପକ୍ଷରୁ ଏନେଇ ସ୍ବତନ୍ତ୍ର ପ୍ରଣାଳୀ ଜାରି କରାଯାଇଛି । ଏହାକୁ ମଧ୍ୟ ଡାକ୍ତରଖାନା ଗୁଡିକରେ ଠିକଣା ଭାବେ ଅନୁସରଣ କରାଯାଉନାହିଁ, ଯେଉଁଥିପାଇଁ ଏହି ସମସ୍ୟା ଉପୁଜୁଛି । ଏଥିପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ସହିତ ସମୟ ପୂର୍ବରୁ ଔଷଧ ଦିଆଗଲେ ରୋଗୀଙ୍କ ପ୍ରତି ଭୟ ରହିବ ନାହିଁ । ଯଦି ଜଣେ ରୋଗୀ ଥରେ ଅବଧି ଶେଷ ଔଷଧ ନେଉଛି ତେବେ ତା’ର ପାର୍ଶ୍ବ ପ୍ରତିକ୍ରିୟା କେଉଁ ଆଡକୁ ଯିବ ତାହା ନିରୂପଣ କରିବା କଷ୍ଟକର । କମ୍ ପରିମାଣର ଔଷଧ କ୍ଷତି ସହିହେବ କିନ୍ତୁ ଜଣେ ରୋଗୀଙ୍କ ମୃତ୍ୟୁ ସହ୍ୟ ହେବନାହିଁ । ତେଣୁ ଏସମସ୍ତ ଦିଗ ପ୍ରତି ଧ୍ୟାନ ଦେବାକୁ ଡ. ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 27, 2021, 9:55 AM IST

ABOUT THE AUTHOR

...view details