ଓଡିଶା

odisha

କୃଷି ପ୍ରଗତି ପାଇଁ ଓଡିଶା ସରକାର ଓ ଗେଟ୍ସ ଫାଉଣ୍ଡେସନ ମଧ୍ୟରେ MOU

By

Published : Sep 22, 2021, 2:39 PM IST

ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କର ଜୀବନ ଜୀବିକା ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି ପ୍ରଗତୀ ନିମନ୍ତେ ଓଡିଶା ସରକାର ଏବଂ ବିଲ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଅଧିକ ପଢନ୍ତ...

Bill and Melinda Gates Foundation MOU for Agricultural Progress in State
କୃଷି ପ୍ରଗତି ପାଇଁ ଓଡିଶା ସରକାର ଓ ବିଲ ଆଣ୍ଡ ମଲିଣ୍ଡା ଗେଟସ ଫାଉଣ୍ଡେସନ ମଧ୍ୟରେ MOU

ଭୁବନେଶ୍ବର: କୃଷି ଓ କୃଷକର ବିକାଶ ଦିଗରେ ଆଉ ଗୋଟିଏ ପାଦ ଆଗେଇଲେ ରାଜ୍ୟ ସରକାର,ବିଲ ଆଣ୍ଡ ମଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ବୁଝାମଣାପତ୍ର ସ୍ବାକ୍ଷରିତ। ରାଜ୍ୟରେ ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କର ଜୀବନ ଜୀବିକା ସମୃଦ୍ଧି ପାଇଁ ନିରନ୍ତର କୃଷି ପ୍ରୋତ୍ସାହନ ଓ କୃଷି ପ୍ରଗତୀ ନିମନ୍ତେ ଅଧିକ ସହାୟତା ପ୍ରଦାନ କରିବା ଉଦ୍ଧେଶ୍ୟରେ କରାଯାଇଛି ।

କୃଷି ପ୍ରଗତି ପାଇଁ ଓଡିଶା ସରକାର ଓ ବିଲ ଆଣ୍ଡ ମଲିଣ୍ଡା ଗେଟସ ଫାଉଣ୍ଡେସନ ମଧ୍ୟରେ MOU


ମଙ୍ଗଳବାର ଭୁବନେଶ୍ବର କୃଷି ଭବନରେ କୃଷି ଓ କୃଷକ ସଶକ୍ତିକରଣ ,ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମାଧ୍ୟମରେ ଓଡିଶା ସରକାର ଏବଂ ବିଲ ମିଲିଣ୍ଡା ଗେଟସ ଫାଉଣ୍ଡେସନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏହା ଦ୍ବାରା ଆଧୁନିକ ଜ୍ଞାନ କୌଶଳ,ବୈଷୟିକ ଜ୍ଞାନ,ପ୍ରଯୁକ୍ତି ଓ ସୃଜନଶୀଳ କାର୍ଯ୍ୟକ୍ରମ ଦ୍ବାରା କ୍ଷୁଦ୍ର ଚାଷୀଙ୍କ କୃଷି ଉତ୍ପାଦନ ବୃଦ୍ଧି ପାଇଁ ଅଧିକ ସୁଯୋଗ ସୃଷ୍ଟି କରିପାରିବ। କୃଷିକୁ ଚିରପୋଷଣୀୟ କରିବା,ବଜାର ଦକ୍ଷତା ବୃଦ୍ଧି,ଖାଦ୍ୟର ଗୁଣାତ୍ମକ ମାନ ବୃଦ୍ଧି ସହିତ ମରୁଡି ଆଶଙ୍କା କମାଇବା ,କୀଟ ଆକ୍ରମଣ ଓ ଅନ୍ୟ ଜଳବାୟୁ ଜନିତ ବିପଦକୁ ହ୍ରାସ କରିବା ,ମୂର୍ତ୍ତିକା ଓ ଜଳସମ୍ବଳ ପରିଚାଳନାକୁ ଦକ୍ଷ କରିବା ଆଦିରେ ନିଷ୍ପତ୍ତି ଗ୍ରହଣ କରିବାରେ ଆବଶ୍ୟକ ହେଉଥିବା ତଥ୍ୟ ବ୍ୟବହାରକୁ ଗେଟସ ଫାଉଣ୍ଡେସନ ତ୍ବରାନ୍ବିତ କରିବ। ଏହି ବୁଝାମଣାପତ୍ର ମାଧ୍ୟମରେ ଗେଟସ ଫାଉଣ୍ଡେସନ ଓ ଏହାର ଭାଗିଦାରୀମାନେ ଡାଟା ସିଷ୍ଟମ ,ପ୍ରଯୁକ୍ତି ବିଦ୍ୟା ବିକାଶ ଓ ଘରୋଇ କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିପାରିବେ।

ସରକାରଙ୍କ ମାର୍ଗଦର୍ଶୀ ନେତୃତ୍ବରେ ଓଡ଼ିଶାର କୃଷି କ୍ଷେତ୍ର ସମ୍ଭାବ୍ୟ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ କ୍ଷୁଦ୍ର ଉତ୍ପାଦନକାରୀଙ୍କ ପାଇଁ ଏକ ବିସ୍ତୃତ ସାମାଜିକ ଆର୍ଥିକ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଅଛି ବୋଲି ମୁଖ୍ୟମନ୍ତ୍ରୀ ଏକ ଭିଡିଓ କ୍ଲିପିଙ୍ଗ ମାଧ୍ୟମରେ କହିଥିଲେ।

କୃଷକଙ୍କ ଆୟ ବୃଦ୍ଧି ଓ ପ୍ରାଣୀସମ୍ପଦ ସ୍ବାସ୍ଥ୍ୟର ବିକାଶ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। ଗେଟସ ଫାଉଣ୍ଡେସନ ସହଯୋଗରେ ସରକାର ବିଶ୍ବର ଶ୍ରେଷ୍ଠ ପଦ୍ଧତି ,ସର୍ବଶ୍ରେଷ୍ଠ ପ୍ରଯୁକ୍ତି ଓ ଅଭିନଵ କୌଶଳ ଲାଭ କରିପାରିବ ବୋଲି କୃଷି ମନ୍ତ୍ରୀ ସୂଚନା ଦେଇଛନ୍ତି। ବିଲ ଓ ଗେଟସ ଫାଉଣ୍ଡେସନ ନିର୍ଦ୍ଦେଶକ ଅଳକେଶ ୱାଧୱାନି କ୍ଷୁଦ୍ର ଚାଷୀଙ୍କ ଜୀବିକାର ଉନ୍ନତି ପାଇଁ ଓଡିଶା ସରକାରଙ୍କୁ ସହଯୋଗ ଯୋଗାଇଦେଉଛୁ ବୋଲି କହିଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details