ଓଡିଶା

odisha

ବନ୍ୟାଜଳ ନିଷ୍କାସନ: 11ରେ ହୀରାକୁଦ ଡ୍ୟାମର ଖୋଲିବ ପ୍ରଥମ ଗେଟ

By

Published : Jul 8, 2021, 6:02 PM IST

Updated : Jul 8, 2021, 7:49 PM IST

ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଜୁଲାଇ 11 ତାରିଖ ସକାଳ 11 ପରେ କୌଣସି ସମୟରେ କରାଯିବା ନେଇ ସୂଚନା ମିଳିଛି ।

ଜୁଲାଇ 11ରେ ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ
ଜୁଲାଇ 11ରେ ହୀରାକୁଦ ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର: ଆସନ୍ତା 11 ତାରିଖରେ ଖୋଲିବ ହୀରାକୁଦ ଗେଟ। ଆସନ୍ତା 11 ତାରିଖ ଦିନ 11 ଟା ପରବର୍ତ୍ତୀ ଯେକୌଣସି ସମୟରେ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିବ ହୀରାକୁଦ ଡ୍ୟାମର ଗେଟ । ଏନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।


ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ମହାନଦୀ ଅବବାହିକାରେ ପ୍ରବଳ ବର୍ଷା ହୋଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ହୀରକୁଦ ତଳ ମୁଣ୍ଡ ମହାନଦୀ କୂଳରେ ଥିବା ଜିଲ୍ଲାପାଳ ଓ ଏସପିଙ୍କୁ ସୂଚନା ଦିଆଯାଇଛି । ଏହାସହ ଏହି ସମୟରେ ମହାନଦୀ ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଗେଟ ଖୋଲିବା ପୂର୍ବରୁ ସାଇରନ ନିରନ୍ତର ଅନ୍ତରାଳରେ ବାଜିବ ବୋଲି ସୂଚନା ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Last Updated :Jul 8, 2021, 7:49 PM IST

ABOUT THE AUTHOR

...view details