ଓଡିଶା

odisha

ହୋଟେଲ କଡରୁ ମିଳିଲା ଗଳିତ ମୃତଦେହ

By

Published : Dec 28, 2020, 5:48 PM IST

ରାଜଧାନୀର ଏକ ଷ୍ଟାର୍ ହୋଟେଲ କଡରୁ ମିଳିଲା ମୃତଦେହ। ମଞ୍ଚେଶ୍ବର ଥାନା ଅଞ୍ଚଳ ରେଲୱେ ଟ୍ରାକ୍ କଡରେ ଥିବା ଏକ ଷ୍ଟାର ହୋଟେଲ କଡରୁ ମିଳିଛି ମୃତଦେହ । ଅଧିକ ପଢନ୍ତୁ...

ହୋଟେଲ କଡରୁ ମିଳିଲା ଗଳିତ ମୃତଦେହ
ହୋଟେଲ କଡରୁ ମିଳିଲା ଗଳିତ ମୃତଦେହ

ଭୁବନେଶ୍ବର: ରାଜଧାନୀର ଏକ ଷ୍ଟାର୍ ହୋଟେଲ କଡରୁ ମିଳିଲା ମୃତଦେହ। ମଞ୍ଚେଶ୍ବର ଥାନା ଅଞ୍ଚଳ ରେଲୱେ ଟ୍ରାକ୍ କଡରେ ଥିବା ଏକ ଷ୍ଟାର ହୋଟେଲ କଡରୁ ମିଳିଛି ମୃତଦେହ। ଜଙ୍ଗଲ ଓ ପରିତ୍ୟକ୍ତ ଅଞ୍ଚଳରେ ଗ୍ରୀନ ଟିସାର୍ଟ ଓ ବ୍ଲାକ କାଜୁଆଲ ପ୍ୟାଣ୍ଟ ପିନ୍ଧିଥିବା ଜଣେ ଯବକର ମୃତଦେହକୁ ଜବତ କରିଛି ମଞ୍ଚେଶ୍ବର ଥାନା ପୋଲିସ ।

ହୋଟେଲ କଡରୁ ମିଳିଲା ଗଳିତ ମୃତଦେହ

ଯୁବକର ବୟସ ପାଖାପାଖି ୨୫ ବର୍ଷ ହୋଇଥିବାବେଳେ ଜବତ ହୋଇଥିବା ମୃତଦେହ ସ୍ଥଳର ପାରିପାର୍ଶିକ ସ୍ଥିତିରୁ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ ହେଉଛି। ତେବେ ମୃତ ବ୍ୟକ୍ତି ଜଣଙ୍କ କିଏ ଓ କାହିଁକି ଏପରି ଗଳିତ ଅବସ୍ଥାରେ ମୃତଦେହ ମିଳିଲା, କେତେଦିନ ଧରି ମୃତଦେହଟି ଏଠାରେ ପଡିରହିଥିଲା, ଏ ସମସ୍ତ ପ୍ରଶ୍ନ କମିଶନରେଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ନିର୍ଭର କରୁଛି ।

ତେବେ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରକୃତରେ ମୃତଦେହର ପରିଚୟ ଓ ମୃତ୍ୟୁର କାରଣ ଖୋଜିବାରେ ପୋଲିସ ସଫଳ ହେଉଛି ନା ବିଫଳ ହେଉଛି ତାହା ତଦନ୍ତର ଶେଷ ପରେ ଜଣାପଡିବ। ତେବେ ବିନା ଥାନାଧିକାରିଙ୍କ ନେତୃତ୍ବରେ ଚାଲୁଥିବା ଏହି ଥାନାର ଦକ୍ଷ ଅଫିସର କିଭଳି ଏହି ଘଟଣାର ପର୍ଦ୍ଦାଫାଶ କରୁଛନ୍ତି ତାହା ଦେଖିବା ବାକି ରହିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details