ଓଡିଶା

odisha

Odisha Weather Update: ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

By

Published : May 4, 2022, 10:42 AM IST

Updated : May 4, 2022, 11:21 AM IST

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ(cyclonic circulation) । ଏହା ଆସନ୍ତା ୬ ତାରିଖରେ ଲଘୁଚାପର ରୂପ (Low Pressure) ନେବା ନେଇ ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Odisha Weather ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର
Odisha Weather ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୬ରେ ସୃଷ୍ଟି ହୋଇପାରେ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର:ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ(cyclonic circulation) । ଏହା ଆସନ୍ତା ୬ ତାରିଖରେ ଲଘୁଚାପର ରୂପ (Low Pressure) ନେବା ନେଇ ସମ୍ଭାବନା ରହିଛି । ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ବାୟୁମଣ୍ଡଳର ମଧ୍ୟ ଭାଗ ଯାଏଁ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୬ ତାରିଖ ବେଳକୁ ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଏହା କ୍ରମଶଃ ସକ୍ରିୟ ହୋଇ ବାତ୍ୟାର ରୂପ ନେଇ ଆସନ୍ତା ୧୦ ତାରିଖରେ ଲ୍ୟାଣ୍ଡଫଲ କରିପାରେ ବୋଲି ଅନୁମାନ କରାଯାଉଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହାର ଚିତ୍ର ଆହୁରି ସ୍ପଷ୍ଟ ହେବା ନେଇ ସୂଚନା ଦିଆଯାଇଛି ।

ସ୍ବାଭାବିକ ପ୍ରକ୍ରିୟା ଅନୁସାରେ ସୃଷ୍ଟ ଲଘୁଚାପ କ୍ରମଶଃ ଅବପାତ, ଗଭୀର ଅବପାତ ଓ ପରେ ସାମୁଦ୍ରିକ ଝଡରେ ପରିଣତ ହେବା ସହ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ଆରମ୍ଭ କରିବ ବୋଲି ପ୍ରାଥମିକ ମଡେଲ ଆଧାରରେ ପୂର୍ବାନୁମାନ କରାଯାଉଛି । ତେବେ ଲଘୁଚାପ କ୍ଷେତ୍ର କେତେ ଶକ୍ତିଶାଳୀ ହେବ ଓ ତାହା ବାତ୍ୟାର ଋପ ନେବ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇ ପାରିନାହିଁ ।

ତେବେ ରାଜ୍ୟରେ ଆଜିଠୁ ଅଧିକ ସକ୍ରିୟ ହେବ କାଳବୈଶାଖୀ । ଉପକୂଳ ଓଡ଼ିଶା ସମେତ ୧୬ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ସଂଧ୍ୟାରେ ଭୁବନେଶ୍ୱର ସମେତ ରାଜ୍ୟରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା।ଏହାକୁ ନେଇ ତାତିରୁ ଟିକେ ନିସ୍ତାର ମିଳିଥିବା ବେଳେ କାଳବୈଶାଖୀ ପ୍ରଭାବ ଜନିତ ବର୍ଷା ହେବା ନେଇ ସୁନିଶ୍ଚିତ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : May 4, 2022, 11:21 AM IST

ABOUT THE AUTHOR

...view details