ଓଡିଶା

odisha

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ସିପିଆଇର ବିକ୍ଷୋଭ

By

Published : Nov 3, 2019, 1:42 PM IST

ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ନେଇ ପ୍ରତିବାଦ ଜଣାଇଲା ସିପିଆଇ । ଦର ପ୍ରତ୍ୟାହାର କରିବା ନେଇ ରାଜଧାନୀରେ ସିପିଆଇର ବିକ୍ଷୋଭ ପ୍ରଦର୍ଶନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ସିପିଆଇର ପ୍ରତିବାଦ । ଦର ପ୍ରତ୍ୟାହାର ପାଇଁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ । ନିକଟରେ କେନ୍ଦ୍ର ସରକାରଙ୍କ ଦ୍ବାରା ରନ୍ଧନ ଗ୍ୟାସର ଦର ବୃଦ୍ଧି କରାଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ତୈଳ ଓ ପେଟ୍ରୋଲିୟମ ବିଭାଗ ପକ୍ଷରୁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା 76ଟଙ୍କା ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଯଦ୍ବାରା ସାଧାରଣ ଲୋକମାନଙ୍କ ଉପରେ ଦର ବୃଦ୍ଧିର ବୋଝ ପଡିବ ବୋଲି ଭୁବନେଶ୍ବର ସିପିଆଇର ସମ୍ପାଦକ ସୁର ଜେନା ପ୍ରକାଶ କରିଛନ୍ତି ।

ଯାହାକୁ ନେଇ ଦର ପ୍ରତ୍ୟାହାର କରିବାକୁ ଦାବି ଜଣାଇବା ସହ ଆଗାମୀ ଦିନରେ ବଡ଼ ଧରଣର ଆନ୍ଦୋଳନ କରିବ ବୋଲି କୁହାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details