ଓଡିଶା

odisha

ଝାରସୁଗୁଡ଼ା ବାଇପାସ୍‌ ରାସ୍ତା ପାଇଁ 587 କୋଟି ମଞ୍ଜୁର

By

Published : Sep 20, 2022, 8:05 AM IST

construction project of jharsuguda bypass has been sanctioned cost 587 cr

ଖୁବଶୀଘ୍ର ନିର୍ମାଣ ହେବ ଝାରସୁଗୁଡ଼ାରେ ବାଇପାସ ରାସ୍ତା । ନିର୍ମାଣ ହେବାକୁ ଥିବା ରାସ୍ତା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ 587.10 କୋଟି ଟଙ୍କା ମଞ୍ଜୁର କରିଛି । ଅଧିକ ପଢ଼ନ୍ତୁ

ଭୁବନେଶ୍ବର:49 ନମ୍ବର ଜାତୀୟ ରାଜପଥର ଝାରସୁଗୁଡ଼ାରେ ନିର୍ମାଣ ହେବ ବାଇପାସ ରାସ୍ତା । ହେବାକୁ ଥିବା ଏହି ବାଇପାସ ରାସ୍ତା ନିର୍ମାଣ ପାଇଁ ଟଙ୍କା ମଞ୍ଜୁର ହୋଇଛି(Jharsuguda bypass NH-49) । ରାସ୍ତା ନିର୍ମାଣ ଲାଗି 587.10 କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଟଙ୍କା କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରାଳୟ ମଞ୍ଜୁର କରିଛି । ବିଭାଗୀୟ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି(Union minister for Road transport and Highways Nitin Gadkari) ଏନେଇ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ରାସ୍ତାଟି ଝାରସୁଗୁଡ଼ା ବୁଢ଼ିପଦରରୁ ବାହାରି ପତ୍ରାପାଲିଠାରେ ବାହାରିବ । ରାସ୍ତା ନିର୍ମାଣ ପାଇଁ ସର୍ଭେ ଓ ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । 31.24 କିଲୋମିଟର ଲମ୍ବା ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଏଥିରେ ହାତୀ ଓ ଅନ୍ୟ ଜଙ୍ଗଲି ଜନ୍ତୁଙ୍କ ସୁଗମ ଯାତାୟତ ପାଇଁ ଅଣ୍ଡର ପାସ ଷ୍ଟ୍ରକଚର ବ୍ୟବସ୍ଥା ହେବା ନେଇ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । ଗତ ମାସରେ ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ରାସ୍ତା ନିର୍ମାଣ ସାଇଟ ପରିଦର୍ଶନ କରିଛନ୍ତି । ତୁରନ୍ତ କାର୍ଯ୍ୟ ଆରମ୍ଭ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:Amarinder Singh joins BJP: ପଦ୍ମ ଧରିଲେ କ୍ୟାପଟେନ, BJP ରେ ବିଲୟ ହେଲା PLC

ସଡ଼କ ପଥ ହେଉଛି ଦେଶର ଜୀବନରେଖା । ରାସ୍ତାଘାଟ ହେଉଛି ବିକାଶର ପ୍ରଥମ ମାପକାଠି । ରାସ୍ତାଘାଟ ଜରିଆରେ ହିଁ ସରକାର ଲୋକଙ୍କ ମଧ୍ୟରେ ଥିବା ବ୍ୟବଧାନ କମୁଛି । ଲୋକେ ଏହାଦ୍ବାରା ଦୈନିକ ଆବଶ୍ୟକତା ପୂରଣ କରିବା ସହ ନାନାଦି ସୁବିଧା ପାଇଥାନ୍ତି । 2021-22 ବର୍ଷ ପାଇଁ ସରକାର 12 ହଜାର କିଲୋମିଟର ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଦିନକୁ ନିର୍ମାଣ ହେଉଛି 30 କିଲୋମିଟର ଜାତୀୟ ରାଜପଥ । ଗତ କିଛି ବର୍ଷ ହେଲା ସାରାଦେଶରେ ସଡ଼କ ନିର୍ମାଣରେ ଅନେକ ଅଗ୍ରଗତି ଘଟିଛି ।

ଗତ ତିନି ବର୍ଷରେ ହାରାହାରି ଦେଶରେ 10 ହଜାର କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହୋଇଛି । 2021 ଫେବୃଆରୀ 5 ଯାଏଁ ମିଳିଥିବା ତଥ୍ୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ମୋଟ 9 ହଜାର 242 କିମି ରାଜପଥ ନିର୍ମାଣ ହୋଇଛି । ଏହିପରି ଭାବେ ପ୍ରତିଦିନ ପ୍ରାୟ 30 କିଲୋମିଟର ଜାତୀୟ ରାଜପଥ ନିର୍ମାଣ କରାଯାଇଛି । ଯାହା ଫଳରେ ଦେଶବ୍ୟାପୀ ସଡ଼କ ନେଟୱର୍କ ବଢିବାରେ ଲାଗିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details