ଓଡିଶା

odisha

AICC ଅଧ୍ୟକ୍ଷ ନିର୍ବାଚନ ପାଇଁ ୧୯ରେ ଜାରି ହେବ ବିଜ୍ଞପ୍ତି

By

Published : Aug 29, 2022, 5:08 PM IST

ଅକ୍ଟୋବର ୧୭ ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ Congress President Election । ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ନୀରଜ ଡାଙ୍ଗି । ଅଧିକ ପଢ଼ନ୍ତୁ

AICC ଅଧ୍ୟକ୍ଷ ନିର୍ବାଚନ, ୧୯ରେ ଜାରି ହେବ ବିଜ୍ଞପ୍ତି, ପ୍ରତିକ୍ରିୟା ରଖିଲେ ସାଂସଦ
AICC ଅଧ୍ୟକ୍ଷ ନିର୍ବାଚନ, ୧୯ରେ ଜାରି ହେବ ବିଜ୍ଞପ୍ତି, ପ୍ରତିକ୍ରିୟା ରଖିଲେ ସାଂସଦ

ଭୁବନେଶ୍ବର: ଅକ୍ଟୋବର ୧୭ ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ (congress president election)। ଗତ ରବିବାର କଂଗ୍ରେସ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସେପ୍ଟେମ୍ବର ୧୯ ତାରିଖରେ ନୋଟିଫିକେଶନ ବା ବିଜ୍ଞପ୍ତି ଜାରି କରାଯିବ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ AICCର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୂସୁଦନ ମିସ୍ତ୍ରୀ । ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ନୀରଜ ଡାଙ୍ଗି(Congress MP Neeraj Dangi reaction ) ।

ନୀରଜ ଡାଙ୍ଗି କହିଛନ୍ତି, "କଂଗ୍ରେସର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିପାଇଁ ଏହାପୂର୍ବରୁ ସଦସ୍ୟତା ସଂଗ୍ରହ ଅଭିଯାନ ଜାରି ରହିଥିଲା । ତା ସହିତ ପ୍ରଦେଶ କଂଗ୍ରେସ କମିଟି, ବ୍ଲକ କଂଗ୍ରେସ କମିଟିର ନିର୍ବାଚନ ଶେଷ ହୋଇଛି । AICCର କେନ୍ଦ୍ରୀୟ ନିର୍ବାଚନ କମିଟି ଅଧ୍ୟକ୍ଷ ମଧୂସୁଦନ ମିସ୍ତ୍ରୀ CWC ସହ ମିଶି କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ନେଇ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୯ ତାରିଖରେ ବିଜ୍ଞପ୍ତି ଜାରି ହେବ । ଏହାପରେ ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ ।"

ସେପ୍ଟେମ୍ବର ୧୯ ତାରିଖରେ ବିଜ୍ଞପ୍ତି ଜାରି ହେବାପରେ ୨୪ରୁ ୩୦ ତାରିଖ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରାଯିବ । ଶୁକ୍ରବାର ଦଳର ବରିଷ୍ଠ ନେତା ଗୁଲାମନବୀ ଆଜାଦଙ୍କ ଇସ୍ତଫା ପରେ ରବିବାର ଦଳ ନୂତନ ହାଇକମାଣ୍ଡ ନିର୍ବାଚନ ପ୍ରକ୍ରିୟା ଉପରେ ଗୁରୁତ୍ବ ଦେଇ ବୈଠକ ଡାକିଥିବା ଅନୁମାନ କାରଯାଉଛି । ଏବେ ସୋନିଆ ଗାନ୍ଧୀ ଦଳର ଅନ୍ତରୀଣ ଅଧ୍ୟକ୍ଷା ଭାବେ ଦାୟିତ୍ବ ତୁଲାଉଛନ୍ତି । ବୈଠକରେ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ସାସଂଦ ରାହୁଲ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା ଯୋଗ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମଧ୍ୟ ଭର୍ଚ୍ଚୁଆଲ ମାଧ୍ୟମରେ ଅଂଶଗ୍ରହଣ କରିଥିଲେ ।

AICC ଅଧ୍ୟକ୍ଷ ନିର୍ବାଚନ, ୧୯ରେ ଜାରି ହେବ ବିଜ୍ଞପ୍ତି, ପ୍ରତିକ୍ରିୟା ରଖିଲେ ସାଂସଦ

ଗାନ୍ଧୀ ପରିବାର ବାହାର କାହାକୁ ଜଣଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀତା କରିବାର ସୁଯୋଗ ମିଳିପାରେ ବୋଲି ଅନୁମାନ କାରଯାଉଛି । ଗତ କିଛି ଦିନ ତଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ଦଳର ବରିଷ୍ଠ ତଥା ଗାନ୍ଧୀ ପରିବାରର ଅନୁଗତ କୁହାଯାଉଥିବା ଅଶୋକ ଗେହେଲଟଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଯିବା ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ଅକ୍ଟୋବର ୧ ତାରିଖରେ ପାର୍ଥୀପତ୍ର ଯାଞ୍ଚ କରାଯିବ । ଅକ୍ଟୋବର ୮ ତାରିଖରୁ ୧୭ ତାରିଖ ମଧ୍ୟରେ ପ୍ରଚାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ ୧୯ରେ ଫଳଫଳ ଘୋଷଣା ନେଇ ଦଳର ଜାତୀୟ କାର୍ଯ୍ୟକାରିଣୀ କମିଟି ସମୟ ଧାର୍ଯ୍ୟ କରିଛି ।

ABOUT THE AUTHOR

...view details