ଓଡିଶା

odisha

ବେଲ୍‌ ଆବେଦନ ଖାରଜ, ଜେଲ୍‌ ଗଲେ ପ୍ରଶାନ୍ତ ଜଗଦେବ

By

Published : Oct 8, 2021, 5:46 PM IST

Updated : Oct 8, 2021, 7:33 PM IST

ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ ହୋଇଛି । ଅଧିକ ପଢ଼ନ୍ତୁ...

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ

ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ ହୋଇଛି । ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ କରିବା ସହ ପ୍ରଶାନ୍ତ ଜଗଦେବ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଆଜି ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିଧାୟକ । ଆବେଦ ଖାରଜ ହେବା ପରେ ବିଧାୟକଙ୍କୁ ଜେଲ ଯିବାକୁ ପଡ଼ିଛି ।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ

ଗତ ସେପ୍ଟେମ୍ବର 8ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଧାୟକ ଫେରାର ରହି ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ ।

କିନ୍ତୁ ନ୍ୟାୟାଳୟ ତାଙ୍କୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଆଜି ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ । ସେପଟେ ତାଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ । ତେବେ କୋର୍ଟ ବାହୁବଳି ବିଧାୟକଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Oct 8, 2021, 7:33 PM IST

ABOUT THE AUTHOR

...view details