ଭୁବନେଶ୍ବର: ଆଉ ମାତ୍ର କେଇ ଘଣ୍ଟା ମଧ୍ୟରେ ପୃଥିବୀ ପୃଷ୍ଠରୁ ବିଦାୟ ନେବ ବର୍ଷ 2021 । ଏହି ବର୍ଷଟି ସାରା ବିଶ୍ବବାସୀଙ୍କ ପାଇଁ ସବୁଦିନ ମନେ ରହିବ । କାରଣ କୋଭିଡ ମହାମାରୀ ପାଇଁ ସାରା ବିଶ୍ବ ଡାକିଥିଲା ତ୍ରାହି ତ୍ରାହି । ସବୁଠି ପଡିଥିଲା ତାଲା । ପାଦେ ପାଦେ ଛକି ରହିଥିଲା ମୃତ୍ୟୁ । କୌଣସି ନୂଆ ଚିନ୍ତା କରିବା ତ ଦୂରର କଥା, ମଣିଷ ବଞ୍ଚିବା ପାଇଁ କରିଥିଲା ସଂଘର୍ଷ । ପୁରା ମାନବ ଜାତିର କାୟାକଳ୍ପ ବଦଳାଇ ଦେଇଛି ମହାମାରୀ ।
ହେଲେ ହତାଶାର ବାଦଲକୁ ହଟାଇ ରାଜ୍ୟ ସରକାର ଦୌଉଡାଇଥିଲେ ବିକାଶର ଦୃତ ଗାଡି । ଗୋଟିଏ ପଟେ ମହାସଂକଟର ମୁକାବିଲା, ଅନ୍ୟପଟେ ନବୀନ କରିଚାଲିଥିଲେ ମହାବିକାଶ । ରାଜ୍ୟବାସୀଙ୍କ ଖୋଲି ଦେଲେ ବିକାଶର ଭଣ୍ଡାର । ସବୁବର୍ଗର ଲୋକଙ୍କ ପାଇଁ ଘୋଷଣା ହେଲା ପ୍ୟାକେଜ । ସଭିଏଁ ଚଢିଲେ ବିକାଶ ଗାଡି । ମହିଳାଙ୍କୁ ମିଶନ ଶକ୍ତି ଜରିଆରେ କରାଗଲା ଶକ୍ତିଶାଳୀ । ଗରିବ, ଖଟିଖିଆ, ମଧ୍ୟବିତ୍ତ, ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି, ଗମନାଗମନ, ଶିଳ୍ପ ପର୍ଯ୍ୟଟନ, ଧାର୍ମିକ କ୍ଷେତ୍ରର ବିକାଶ ପାଇଁ କୋଭିଡ କଟକଣା ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଲେ ମାଷ୍ଟରଷ୍ଟ୍ରୋକ । ଯାହାକୁ ନେଇ ସାରା ବର୍ଷ ଚର୍ଚ୍ଚାରେ ଥିଲେ ନବୀନ । ଏହାକୁ ନେଇ ପଢନ୍ତୁ ଆମର ସ୍ବତନ୍ତ୍ର ଉପସ୍ଥାପନା ଫର୍ଦ୍ଦ-2021 ରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ...
କୋଭିଡ କଟକଣା ପୁରା କଡାକଡି ଥିବା ସତ୍ତ୍ବେ ରାଜ୍ୟ ସରକାର ବିକାଶ ପ୍ରକ୍ରିୟାକୁ ଶୀତଳ ଭଣ୍ଡାରକୁ ଠେଲି ଦେଇନଥିଲେ । ଗୋଟିଏ ପଟେ କୋଭିଡ ସହ ଲଢେଇ ଅନ୍ୟପଟେ ବିକାଶ ପାଇଁ ପୁଞ୍ଜି ବର୍ଷା କରିଚାଲିଥିଲେ ରାଜ୍ୟ ସରକାର ।
ବର୍ଷ 2021 ଜାନୁୟାରୀ 12- ରେ ନବୀନ ମାରିଥିଲେ ପ୍ରଥମ ମାଷ୍ଟରଷ୍ଟ୍ରୋକ । ଏହି ଦିନ ଘୋଷଣା ହୋଇଥିଲା ତାଳସାରୀଓ ଚନ୍ଦ୍ରଭାଗା ବେଳାଭୂମିକୁ ବିଶ୍ବସ୍ତରୀୟ ଘୋଷଣା । ଏହାସହ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପର୍ଣ୍ଣ ଫି’ ଛାଡ ଘୋଷଣା କରିଥିଲେ ନବୀନ । ଫଳରେ ଉପକୃତ ହେଲେ ରାଜ୍ୟର ୬ ଲକ୍ଷ ପରୀକ୍ଷାର୍ଥୀ ।
25 ଜାନୁଆରୀ- ସାରା ରାଜ୍ୟରେ ସ୍କୁଲ ଆଡପ୍ଟ ପାଇଁ ଅନୁରୋଧ କଲେ ନବୀନ । ପୁରାତନ ଛାତ୍ରଛାତ୍ରୀ ଆଗେଇ ଆସିଲେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ସଜାଡିବାକୁ । ଏହାସହ ଏହି ଦିନ ଘୋଷଣା ହେଲା ଶିଶୁ ଓ ମହିଳାଙ୍କ ପାଇଁ 62 ଟି ସ୍ବତନ୍ତ୍ର ଡେକ୍ସ ।
23 ଫେବୃଆରୀ- ପିପିଲି ବିକାଶ ପାଇଁ 68 କୋଟି ଘୋଷଣା । ସତ୍ୟବାଦୀ ଓଡିଆ ବିଶ୍ବବିଦ୍ୟାଳୟକୁ ଅନୁମୋଦନ
29 ମେ- ରାଜ୍ୟ ବାରମ୍ବାର ବିପର୍ଯ୍ୟୟ ସାମନା କରୁଥିବାରୁ ସମସ୍ତଙ୍କୁ ବିପର୍ଯ୍ୟୟ ମୁକାବିଲା ତାଲିମ ଦେବାକୁ ଘୋଷଣା
1 ଜୁନ- ମହିଳାଙ୍କୁ ସ୍ବାବଲମ୍ବୀ ଓ ଆର୍ଥିକ ସ୍ତରରେ ସ୍ବାଧୀନ କରିବା ପାଇଁ ସ୍ବତନ୍ତ୍ର ଭାବେ କାର୍ଯ୍ୟକ୍ଷମ ହେଲା ମିଶନ ଶକ୍ତି ବିଭାଗ
9 ଜୁନ- ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ ଉତ୍କର୍ଷ କେନ୍ଦ୍ର ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
12 ଜୁନ- ତୃତୀୟଲିଙ୍ଗ (କିନ୍ନର)ଙ୍କୁ ଆତ୍ମନିର୍ଭରଶୀଳ ପାଇଁ ଓଡିଶା ପୋଲିସରେ ନିଯୁକ୍ତି ଘୋଷଣା
26 ଜୁନ- ରାଜ୍ୟର 39 କ୍ରୀଡାବିତଙ୍କୁ ଓଡିଶା ପୋଲିସରେ ନିଯୁକ୍ତି
26 ଜୁନ- ଅପରାଧ ନିୟନ୍ତ୍ରଣ ଛିନତାଇ ରୋକିବା ପାଇଁ E-FIR ବ୍ୟବସ୍ଥାର ସମ୍ପ୍ରସାରଣ
1 ଜୁଲାଇ- ପକ୍ସୋ ମାମଲାର ତୁରନ୍ତ ବିଚାର ଲାଗି ୧୫ ଟି ଫାଷ୍ଟ ଟ୍ରାକ କୋର୍ଟ ଘୋଷଣା
6 ଜୁଲାଇ- ରାଜ୍ୟର ଶିଳ୍ପ କ୍ଷେତ୍ର ପାଇଁ ବଡ ଘୋଷଣା । 1.46 ଲକ୍ଷ କୋଟିର 5ଟି ଶିଳ୍ପକୁ ଅନୁମୋଦନ । 27 ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି
9 ଜୁଲାଇ - ମନରେଗା ଶ୍ରମିକଙ୍କ ମଜୁରୀ 50 ଟଙ୍କା ବୃଦ୍ଧି, 32 ଲକ୍ଷ ଶ୍ରମିକଙ୍କୁ 352 କୋଟି ଟଙ୍କା ଘୋଷଣା
14 ଜୁଲାଇ- ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ପାଇଁ ୩୦୦ ଶଯ୍ୟାକୁ ବୃଦ୍ଧି ହେବ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
17 ଜୁଲାଇ- କ୍ୟାବିନେଟରେ ବାଜିଲା CET ମହାବିଦ୍ୟାଳୟକୁ ଏକକ ବିଶ୍ବବିଦ୍ୟାଳୟର ମୋହର
19 ଜୁଲାଇ- କୃଷି କ୍ଷେତ୍ର ପାଇଁ ବଡ ପଦକ୍ଷେପ । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପର ଲୋକାର୍ପଣ
20 ଜୁଲାଇ- କୃଷି ମନ୍ତ୍ରୀଙ୍କ ଦ୍ବାରା ‘ମୋ ବାଡି-ମୋ ବଗିଚା’ କାର୍ଯ୍ୟକ୍ରମର ଶୁଭାରମ୍ଭ
22 ଜୁଲାଇ- ଗୋପାଳପୁରରେ ଦେଶର ସବୁଠୁ ବଡ ଚା’ ପ୍ୟାକେଜିଂ ୟୁନିଟର ଉଦଘାଟିତ । 100 କୋଟି ବିନିଯୋଗରେ ସୃଷ୍ଟି ହେବ 900 ନିଯୁକ୍ତି
24 ଜୁଲାଇ- ଏକ ହଜାର ୫୩୭ କୋଟିର ୧୪ ଟି ଶିଳ୍ପ ପ୍ରକଳ୍ପର ଉଦଘାଟିତ । ୩ ହଜାର ୭୭୩ ଜଣଙ୍କୁ ମିଳିବ ନିଯୁକ୍ତି
28 ଜୁଲାଇ- ରାଜ୍ୟର 4 ହଜାର ପଡାକୁ ରାଜସ୍ବ ଗାଁର ମାନ୍ୟତା
30 ଜୁଲାଇ- ଶିକ୍ଷାକ୍ଷେତ୍ରରେ ବୈପ୍ଲବିକ ନିଷ୍ପତ୍ତି । ୬୩ ହଜାର ୩୦୩ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଘୋଷଣା
30 ଜୁଲାଇ- 185 ଜୁନିଅର DEO ଙ୍କୁ ନିଯୁକ୍ତି ଦେଲେ ସରକାର
9 ଅଗଷ୍ଟ- କ୍ରୀଡା ଭିତ୍ତିଭୂମି ସୁଦୃଢ ପାଇଁ 89 ଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଘୋଷଣା । ଖର୍ଚ୍ଚ ହେବ 694 କୋଟି ଟଙ୍କା
20 ଅଗଷ୍ଟ- ମାଲକାନଗିରିରୁ BSKY ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସେବାର ଡିଜିଟାଲ କାର୍ଡ ବଣ୍ଟନର ଶୁଭାରମ୍ଭ
21 ଅଗଷ୍ଟ- ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତରଣ କାର୍ଯ୍ୟ । ପ୍ରାଥମିକ ପର୍ଯ୍ୟାୟରେ 1078 ଟି ସ୍କୁଲ ପରେ ଦ୍ବିତୀୟ ପର୍ଯ୍ୟାୟରେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା 3300 ସ୍କୁଲର ହେବ ରୂପାନ୍ତରଣ