ଓଡିଶା

odisha

ଚପଲ ଫିଙ୍ଗା ଘଟଣାରେ ବିଜେପିର ସାମ୍ବାଦିକ ସମ୍ମିଳନୀ, କହିଲେ ‘ଆମେ ଶୃଙ୍ଖଳା ଭିତରେ ବିଶୃଙ୍ଖଳା କରିବୁ’

By

Published : Apr 4, 2021, 1:17 PM IST

ବିଧାନସଭାରେ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେବା ପରେ ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମ୍ବାଦିକ ସମ୍ମିଳନୀ କରିଛି ବିଜେପି । ବାଚସ୍ପତିଙ୍କ ଚପଲ ଫିଙ୍ଗା ଘଟଣାକୁ ଆମେ କୌଣସି ଭୁଲ କରିନାହୁଁ ଶୃଙ୍ଖଳା ଭିତରେ ରହି ବିଶୃଙ୍ଖଳା କରିବୁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Bjp pressmeet chapple thrown issue assembly
ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା, ଆମେ ଶୃଙ୍ଖଳା ଭିତରେ ବିଶୃଙ୍ଖଳା କରିବୁ

ଭୁବନେଶ୍ବର: ଗତକାଲି ବିଧାନସଭାରେ ଘଟିଥିବା ଘଟଣାକୁ ନେଇ ବିଜେପି ଆଜି କରିଛି ସାମ୍ବାଦିକ ସମ୍ମିଳନୀ । ବାଚସ୍ପତିଙ୍କ ଚପଲ ଫିଙ୍ଗା ଘଟଣାକୁ ଆମେ କୌଣସି ଭୁଲ କରିନାହୁଁ ଶୃଙ୍ଖଳା ଭିତରେ ରହି ବିଶୃଙ୍ଖଳା କରିବୁ ବୋଲି କହିଛନ୍ତି । ଗତକାଲି ଶୂନ୍ୟକାଳରେ ବିଧାନସଭା ଭିତରେ ବାଚସ୍ପତିଙ୍କ ଉପରେ ଅଶୋଭନୀୟ ଆଚରଣ ଯୋଗୁଁ ବିଜେପିର ତିନି ଜଣଙ୍କୁ ନିଲମ୍ବିତ କରିଛନ୍ତି ।

ବାଚସ୍ପତିଙ୍କୁ ଚପଲ ଫିଙ୍ଗା ଘଟଣା, ଆମେ ଶୃଙ୍ଖଳା ଭିତରେ ବିଶୃଙ୍ଖଳା କରିବୁ

ବିଧାନସଭାରେ ବିରୋଧୀଦଳ ନେତାଙ୍କୁ କହିବାର ସୁଯୋଗ ନଦେବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ଯେଉଁ କଥା ବାଚସ୍ପତି ମୁହଁରେ କହିବା କଥା ନୁହେଁ , ଯଦି ବିଧାନସଭାରେ କୌଣସି ସମସ୍ୟାର ସମାଧାନ ହେଉ ନାହିଁ କି ମନ୍ତ୍ରୀଙ୍କ ଉତ୍ତରରେ ତଳସ୍ତରର କୌଣସି ସମାଧାନ ହୋଇପାରୁନାହିଁ ତେବେ ବିଧାନସଭାର ଆବଶ୍ୟକତା ନାହିଁ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ବହୁ ଦିନର ସଂଚିତ କ୍ରୋଧ ଜମି ଧରି ଯାଇଥିବ ତାହା ବିପ୍ଳବ ଧାରଣ କରିବ । ସବୁ ପ୍ରକାର ନୀତି ନିୟମକୁ ଜଳାଞ୍ଜଳି ଦେବେ। ତେବେ ଆମେ ମୃତ ମାନବ ଭଳି ଠିଆ ହୋଇଥାନ୍ତୁ ମୂର୍ତ୍ତୀ ଭଳିଆ ଦେଖୁଥିବୁ। ତେଣୁ ମୋର ଆଚରଣ ଯଦି ଓଡିଶାବାସୀଙ୍କୁ ମର୍ମାହତ କରିଛି ତେବେ କ୍ଷମା ପ୍ରାର୍ଥନା କରୁଛୁ କିନ୍ତୁ ବାଚସ୍ପତିଙ୍କୁ କ୍ଷମା ମାଗିବୁ ନାହିଁ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି । ଆମେ ହେଲୁ ରକ୍ତମାଂସର ମଣିଷ। କେଉଁଥି ପାଇଁ ମୁଲତବୀ ପ୍ରସ୍ତାବ ଗ୍ରହଣ କରାଗଲା ନାହିଁ ଉତ୍ତର ରଖିଲେ ନାହିଁ ବାଚସ୍ପତି। ଖଣି ପ୍ରସଙ୍ଗକୁ କେଉଁ କଣ ପାଇଁ ଗ୍ରହଣ କଲେ ନାହିଁ। ଖଣି ରାଜନୈତିକ ପ୍ରଭାବ ପଡୁଛି । ବାଚସ୍ପତି ମୁକ ବଧିର ହୋଇ ରହିଲେ। ଦେହେ ମନ୍ଦାକିନି ରଜ ଲଗାଇ ଗ୍ରାମ ସୁକ୍ରିଣି ହେବ କି ଗାଇ ଭଳି ମନ୍ତବ୍ୟ ରଖି ବିଧାୟକଙ୍କୁ ଉତ୍ତେଜିତ କରିଛନ୍ତି ବାଚସ୍ପତି।

ଆମେ ଶୃଙ୍ଖଳିତ ମାନେ ନୁହେଁ କି ଶାସକ ଦଳ ଯାହା କରିବ ଆମେ ସବୁ ସହିଯିବୁ । ମୋ କାର୍ଯ୍ୟ ପାଇଁ ମୁଁ ଦୁଃଖିତ ନୁହେଁ, ମୁଁ ବାଚସ୍ପତିଙ୍କୁ କ୍ଷମା ମାଗିବି ନାହିଁ । କୌଣସି ଅବକାଶ ନାହିଁ କ୍ଷମା ମାଗିବାର । ବାଚସ୍ପତ୍ତି ଆମକୁ ବାଧ୍ୟ କରାଇଲେ ଏପରି ଆଚରଣ କରିବାକୁ । ଆମେ ବି ରକ୍ତ ମାଂସର ମଣିଷ, ଆମେ ସହିବୁ, କିନ୍ତୁ ଦରକାର ପଡିଲେ ପ୍ରତିବାଦ କରିବୁ । ଆଗକୁ ଦରକାର ପଡିଲେ ମହାଭିଯୋଗ ପାଇଁ ୨୫ ଜଣ ସଦସ୍ୟ ଦରକାର । ଆମ ପାଖରେ ୨୨ ଅଛି । ଆମେ ବିରୋଧୀ ଦଳ ସହ ଏ ନେଇ ଆଲୋଚନା କରିବୁ । ଯେତବେଳେ ଚିନ୍ତାମଣି ବେଆନ୍ତ ସାମନ୍ତରାୟ ବାଚସ୍ପତି ଥିଲେ ଏହି ବିଜେଡି ବାଲା ଗୋଡେଇ ଗୋଡେଇ ଧୋତି କାଢିଦେଇଥିଲେ ବୋଲି ଜୟନାରାୟଣ ମିଶ୍ର ମନେପକାଇ ଦେଇଛନ୍ତି ।

ସେପଟେ ବିରୋଧୀଦଳ ନେତା ପ୍ରଦୀପ ନାୟକ କହିଛନ୍ତି ବିଧେୟକ ପାରିତ ହେବା ସମୟରେ ବିରୋଧୀ ସଦସ୍ୟ ଛିଡା ହୋଇ କହିବାର ଅଧିକାର ଅଛି । କିନ୍ତୁ ଆମକୁ ବାଚସ୍ପତି ଅନାଇଲେ ନାହିଁ । ବିଜେପିକୁ ପକ୍ଷ ଦେବାକୁ ସୁଯୋଗ ଦେଲେ ନାହିଁ । ବାଚସ୍ପଚି ବିଜେଡିର ଖେଳନା ଭଳି କାମ କରିଲେ । ଫଳରେ କିଛି ବିଜେପି ନେତା ଦୃଷ୍ଟି ଆକର୍ଷଣ ପାଇଁ ଫିଙ୍ଗା ଫିଙ୍ଗି କରିଲେ । ବିରୋଧୀ କହିବେ , ସରକାର ଶୁଣିବେ, ଏହି ସାମ୍ବିଧାନିକ ଅଧିକାର । ନବୀନ ବାବୁ ସମ୍ବିଧାନକୁ ଅପମାନିତ କରିଛନ୍ତି । ବିଧାନସଭା ଚାଲିଲେ ତାଙ୍କ ବିଧାୟକଙ୍କ ନିନ୍ଦା ଆସିବ । ତେଣୁ ଗୃହକୁ ଭାଙ୍ଗିବାର ତାଙ୍କର ପରମ୍ପରା ଅଛି । ଗୃହର ନେତା ଓ ବାଚସ୍ପତ୍ତିଙ୍କୁ ନିନ୍ଦା କରୁଛୁ । ଚପଲ ପିଙ୍ଗିବାକୁ ଆମେ ଗ୍ରହଣ କରୁ ନାହୁଁ । ଚପଲ ଫିଙ୍ଗିବା ଘଟଣା ଆମେ ଦେଖିନାହୁଁ ବୋଲି କହିଛନ୍ତି ବିରୋଧିଦଳ ନେତା। ତେବେ ଏନେଇ ରାଜ୍ଯପାଳଙ୍କୁ ଭେଟିବୁ ଦୃଷ୍ଟି ଆକର୍ଷଣ କରିବୁ ବୋଲି ବିରୋଧୀଦଳ ନେତା କହିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା,ଇଟିଭି ଭାରତ

ABOUT THE AUTHOR

...view details