ଓଡିଶା

odisha

ପ୍ରସ୍ତୁତ ହେଉଛି ଚାର୍ଜସିଟ, ଜନତାଙ୍କ ଆଗରେ ହେବ ଉପସ୍ଥାପନ: ବିରୋଧୀ ଦଳନେତା

By

Published : Oct 1, 2022, 10:32 PM IST

ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ପରେ ପୁରା ଆଟାକ ମୁଡକୁ ଆସିଛି ରାଜ୍ୟ ବିଜେପି । ବିଜେଡି ବିରୋଧରେ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ ଶାଖା । ଏଥିପାଇଁ ପ୍ରସ୍ତୁତ ହେଉଛି ଶକ୍ତ ରଣନୀତି ସହ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ । ଯାହାର ଆଜି ସୂଚନା ଦେଇଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ପରେ ପରେ ପୁରା ଆଟାକ ମୁଡକୁ ଆସିଛି ରାଜ୍ୟ ବିଜେପି । ବିଜେଡି ବିରୋଧରେ କର ବା ମର ଲଢେଇ ପାଇଁ ପ୍ରସ୍ତୁତ ହେଉଛି ରାଜ୍ୟ ଶାଖା । ଏଥିପାଇଁ ପ୍ରସ୍ତୁତ ହେଉଛି ଶକ୍ତ ରଣନୀତି ସହ ରାଜ୍ୟ ସରକାରଙ୍କ ବିରୋଧରେ ଚାର୍ଜସିଟ । ଯାହାର ଆଜି ସୂଚନା ଦେଇଛନ୍ତି ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର ।

ପ୍ରସ୍ତୁତ ହେଉଛି ଚାର୍ଜସିଟ, ଜନତାଙ୍କ ଆଗରେ ହେବ ଉପସ୍ଥାପିତ : ବିରୋଧୀ ଦଳନେତା

ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ର କହିଛନ୍ତି, "ଓଡିଶା ସରକାରଙ୍କ ବିରୋଧରେ ଚାର୍ଜସିଟ ତିଆରି କରିବ ବିଜେପି । ଚାର୍ଜସିଟ ଜନତାଙ୍କ ଆଗରେ ଉପସ୍ଥାପିତ କରିବୁ ଜନତା ବିଚାର କରିବେ । ୨୦୨୪ ରେ ବିଜେଡି ମୁକ୍ତ ହେବ ଓଡ଼ିଶା । ଜନତା ହେଉଛନ୍ତି ଗଣତନ୍ତ୍ରର ମାଜିଷ୍ଟ୍ରେଟ । ଦୁର୍ନୀତି, ବ୍ୟଭିଚାର, ଭ୍ରଷ୍ଟାଚାର ରାଜ୍ୟରେ ଚାଲିଛି । ରାଜ୍ୟରେ ଲୋକଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନାହିଁ । ରୋଜଗାର ନାହିଁ, ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଚାଷ କଲେ ଧାନ ବିକ୍ରି ହୋଇପାରୁନି। ପାଠ ପଢିଲେ ଚାକିରି ନାହିଁ ।"

ଏସବୁ ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବିଜେପି । ରାଜ୍ୟରେ ମାହୋଲ ବନିକି ଅଛି। ବିଜେଡି ସରକାର ରାଜ୍ୟକୁ ଅଧୋପତନ ଆଡକୁ ନେଇ ଯାଇଛି। ଓଡିଶାରେ ସବୁକିଛି ଥାଇ ସବୁ କ୍ଷେତ୍ରରେ ଓଡ଼ିଶା ପଛରେ। ମରୁଭୂମି ରାଜ୍ୟ ବି ଆମ ରାଜ୍ୟ ଠାରୁ ଆଗରେ। ୨୨ ବର୍ଷର ବିଜେଡ଼ିର ଅପକର୍ମ ବିରୋଧରେ ତିଆରି ହେବ ଚାର୍ଜସିଟ। ଲୋକଙ୍କ ସମସ୍ୟା କୁ ହିଁ ଉପସ୍ଥାପିତ କରାଯିବ।

ତୃଣମୂଳ ସ୍ତରରୁ ଉପର ପର୍ଯ୍ୟନ୍ତ ଯିବ ଦଳ । ବର୍ତ୍ତମାନ ମାହୋଲ ବନିକି ଅଛି । ବିଜେପି କଠୋର ଅଛି । ବିଜେଡି ସହିତ କୌଣସି ବୁଝାମଣା ନାହିଁ । ସବୁ କେଶରେ ଆନ୍ଦୋଳନକୁ ନିର୍ଣ୍ଣାୟକ ମୋଡ ପର୍ଯ୍ୟନ୍ତ ନେଇଛି ବିଜେପି । ପୂଜା ପରେ ପରେ ଆରମ୍ଭ ହେବ ଜୋରଦାର ଲଢେଇ । ରାଜରାସ୍ତାରେ ଲଢେଇ ହେବ। ବିଜେଡି ମୁକ୍ତ ହେବ ବୋଲି ଜୟ କହିଛନ୍ତି । ତେବେ ଜୟଙ୍କ ଏହି ମନ୍ତବ୍ୟ ଉପରେ ଶାସକ ଦଳ ପକ୍ଷରୁ କୌଣସି ମନ୍ତବ୍ୟ ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details