ଓଡିଶା

odisha

Presidential Election: ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ ଦଳ

By

Published : Jun 23, 2022, 10:33 PM IST

Presidential Election: ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ ଦଳ

ରାଷ୍ଟ୍ରପତି ନିର୍ବାଚନ ଲାଗି ଦିଲ୍ଲୀ ଗସ୍ତରେ ୧୨ ବିଜେପି ବିଧାୟକ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆସନ୍ତା ଜୁଲାଇ ୧୮ରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ (Presidential Election) । ଏଥିଲାଗି ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ ଦଳ । ରାଷ୍ଟ୍ରପତି ନିର୍ବାଚନ ଲାଗି ସମର୍ଥକ ଓ ପ୍ରସ୍ତାବକ ପାଇଁ ରାଜ୍ୟ ବିଜେପିର ୧୨ ଜଣ ବିଧାୟକ ଦିଲ୍ଲୀ ଯାଇଛନ୍ତି ।

Presidential Election: ଦିଲ୍ଲୀ ଗସ୍ତରେ ବିଜେପି ବିଧାୟକ ଦଳ

ଜୟନାରାୟଣ ମିଶ୍ର, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ, ଜୟନ୍ତ ଷଡ଼ଙ୍ଗୀ, ମୋହନ ମାଝି, ବୁଧାନ ମୁର୍ମୁ, ପ୍ରକାଶ ସୋରେନ, ନବ ଚରଣ ମାଝି, ମୁକେଶ ମହାଲିଂଗ, ନାଉରି ନାୟକ, ଶଙ୍କର ଓରାମ ଦିଲ୍ଲୀ ଯାଇଛନ୍ତି । ଗସ୍ତ ସମୟରେ ଭୁବନେଶ୍ବର ବିମାନ ବନ୍ଦରରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, "ସବୁ ଓଡ଼ିଆଙ୍କ ପାଇଁ ଏହା ଗର୍ବର ବିଷୟ । ଦଳମତ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଆବଶ୍ୟକ । ପ୍ରଧାନମନ୍ତ୍ରୀଙ୍କ ପୂର୍ବଭାରତର ବିକାଶ ତଥା ଓଡ଼ିଶା ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଦୃଷ୍ଟି ଦେଇଛନ୍ତି ।"

ନିରବିଚ୍ଛିନ୍ନ ଭାବରେ ପୂର୍ବଭାରତର ବିକାଶରେ ପ୍ରଧାନମନ୍ତ୍ରୀ ଦୃଷ୍ଟି ଦେଇଛନ୍ତି। ଦେଶର ପ୍ରମୁଖ ପଦପଦବୀରେ ଓଡ଼ିଆ ଲୋକ ଅଛନ୍ତି ବୋଲି ସେ କହିଛନ୍ତି । ସେପଟେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ଓଡିଶା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହା ଶ୍ରେଷ୍ଠ ଉପହାର । ପୂର୍ବ ଭାରତର ବିକାଶ ବିଜେପି ସଶକ୍ତର କାରଣ ହେବ । ଏପଟେ ଦଳ ନୁହେଁ ବରଂ ସମଗ୍ର ଓଡିଶାର ଗର୍ବ ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ଦଳମତ ଊର୍ଦ୍ଧ୍ବରେ ସମର୍ଥନ ଜଣାଇବା ଉଚିତ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details