ଓଡିଶା

odisha

ଆସିବ ନୂତନ ରାଜ୍ୟ ଜଳ ନୀତି, କଡା ସମାଲୋଚନା କଲେ ପ୍ରଦୀପ ପୁରୋହିତ

By

Published : Sep 21, 2022, 8:47 AM IST

ଆସିବ ନୂତନ ରାଜ୍ୟ ଜଳ ନୀତି, କଡା ସମାଲୋଚନା କଲେ ପ୍ରଦୀପ ପୁରୋହିତ

ଜଳସେଚନ ଓ ଜଳ ସଂରକ୍ଷଣର ଫମ୍ପା ଆବାଜ । ମିଥ୍ୟା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର । ଏଭଳି ସଂଗୀନ ଅଭିଯୋଗ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ଜଳସେଚନ ଓ ଜଳ ସଂରକ୍ଷଣର ଫମ୍ପା ଆବାଜ । ମିଥ୍ୟା ପ୍ରତିଶ୍ରୁତିରେ ଚାଲିଛି ବିଜେଡି ସରକାର । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ପ୍ରଦୀପ ପୁରୋହିତ କହିଛନ୍ତି, ‘‘୨୦୦୭ ମସିହା ‘ ଜଳ ନୀତି’ର ସ୍ଥିତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ବେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତ୍ତୃପକ୍ଷ ଗଠନ କଲେ ନାହିଁ । ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ ଡ୍ୟାମ ନିର୍ମାଣ ଆଳରେ କେବଳ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାରେ ଲାଗିଛି ଶାସକ ବିଜେଡି । ’’

କ୍ରମାଗତ ଭାବେ ରାଜ୍ୟରେ ଜଳସମସ୍ୟା ସଂକଟ ବୃଦ୍ଧି ପାଇ ସାଂଘାତିକ ହୋଇସାରିଛି ସ୍ଥିତି । ରାଜ୍ୟ ସରକାରଙ୍କ ଏଥି ପାଇଁ କୌଣସି ଚିନ୍ତା ନାହିଁ । ଓଡ଼ିଶା ସରକାର ୨୦୦୭ ମସିହାରେ ଯେଉଁ ‘ ଜଳ ନୀତି ’ ଆଗତ କରିଥିଲେ ତାହା କେତେ କାର୍ଯ୍ୟକାରୀ କଲେ ଏହା ଏକ ବଡ ପ୍ରଶ୍ନ ଥିବାବେଳେ ପୁଣି ଏକ ନୂତନ ‘ ଜଳ ନୀତି ’ ଆଣିବା ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ହାସ୍ୟାସ୍ପଦ ଏବଂ କେବଳ ଘୋଷଣା ସର୍ବସ୍ଵ ବୋଲି ପ୍ରଦୀପ କହିଛନ୍ତି ।

ଆସିବ ନୂତନ ରାଜ୍ୟ ଜଳ ନୀତି, କଡା ସମାଲୋଚନା କଲେ ପ୍ରଦୀପ ପୁରୋହିତ

‘‘ଦୀର୍ଘ ୨୨ ବର୍ଷ ଶାସନରେ ରାଜ୍ୟରେ ଗୋଟିଏ ହେଲେ ଜଳପ୍ରକଳ୍ପ ନିର୍ମାଣ ନହେବା, ନଦୀ ଗୁଡିକର ଧାର ଶୁଖିଯିବା, କେନାଲ ଗୁଡିକ ପୋତି ହୋଇଯିବା, ଚାଷ ଜମି ପାଇଁ ଜଳସେଚନ ବ୍ୟବସ୍ଥା ହୋଇନପାରିବା ଶାସକ ବିଜେଡିର ଅପାରଗତା ଏବଂ ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି କହିଛନ୍ତି । ମନଇଚ୍ଛ ବ୍ୟବସାୟୀ ଓ ଶିଳ୍ପକୁ ନଦୀ ଓ ଭୂତଳ ଜମି ବ୍ୟବହାର ପାଇଁ ଅନୁମତି ଦେଇ ରାଜ୍ୟ ସରକାର ନିଜେ ଓଡ଼ିଶାରେ ଆଜି ଜଳ ସଂକଟ ସୃଷ୍ଟି କରିଛନ୍ତି ।’’ ବୋଲି ସେ କହିଛନ୍ତି । ବର୍ତ୍ତମାନ ରାଜ୍ୟରେ ବର୍ଷକୁ ମୁଣ୍ଡ ପିଛା ୩୩୫୯ଘନ ମିଟର ଜଳ ମିଳୁଥିବାବେଳେ ୨୦୫୧ ମସିହା ବେଳକୁ ୨୨୧୮ଘନ ମିଟରକୁ ହ୍ରାସ ହୋଇଯାଇଥିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ଅନ୍ୟପଟେ କେନ୍ଦ୍ରର ବାରମ୍ବାର ତାଗିଦ ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ଓଡିଶା ସରକାର ଜଳ ନିୟାମକ କର୍ତ୍ତୃପକ୍ଷ ଗଠନ କଲେ ନାହିଁ । ଜଳ ସଂରକ୍ଷଣ ନାମରେ କୋଟି କୋଟି ଟଙ୍କାର ଚେକ ଡ୍ୟାମ ନିର୍ମାଣ ଆଳରେ କେବଳ ଦଳୀୟ କର୍ମୀଙ୍କୁ ଟଙ୍କା ଯୋଗାଇ ଦେବାରେ ଲାଗିଲେ । ମହାନଦୀଠୁ ଆରମ୍ଭ କରି ବ୍ରାହ୍ମଣୀ , ବୈତରଣୀ , ଋଷିକୁଲ୍ୟା, ତେଲ , ଅଙ୍ଗ ଆଦି ନଦୀର ବର୍ଷା ପାଣିକୁ ରୋକିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details