ଓଡିଶା

odisha

Parikrama Project Row: NMA ଚେୟାରମ୍ୟାନଙ୍କ ଉପରେ ବର୍ଷିଲେ ବିଜୟ, କହିଲେ ସବୁଆଡେ ବୁଲୁଛନ୍ତି ପୁରୀ ଆସୁନାହାଁନ୍ତି

By

Published : May 28, 2022, 7:25 PM IST

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶଙ୍କରାଚାର୍ଯ୍ୟଙ୍କ କଥାରେ ଦ୍ବିମତ ନାହିଁ କହିବା ସହ NMA ଉପରେ ପ୍ରବଳ ବର୍ଷିଲେ । ଅଧିକ ପଢନ୍ତୁ

Srimandir Parikrama Project row: NMA ଉପରେ ପ୍ରବଳ ବର୍ଷିଲେ ବିଜୟ ମହାପାତ୍ର
Srimandir Parikrama Project row: NMA ଉପରେ ପ୍ରବଳ ବର୍ଷିଲେ ବିଜୟ ମହାପାତ୍ର

ଭୁବନେଶ୍ବର: ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ସାକ୍ଷାତ ପରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଶଙ୍କରାଚାର୍ଯ୍ୟଙ୍କ ସହ ଦେଢଘଣ୍ଟାରୁ ଅଧିକ ସମୟ ଆଲୋଚନା ହୋଇଥିବା ସେ କହିଛନ୍ତି । ଜଗତଗୁରୁଙ୍କ ମତ ସହ ମୁଁ ସହମତ, ଏଥିରେ ଦ୍ବିମତ ହେବାର ନାହିଁ ବୋଲି କହିଛନ୍ତି ବିଜୟ ।

Srimandir Parikrama Project row: NMA ଉପରେ ପ୍ରବଳ ବର୍ଷିଲେ ବିଜୟ ମହାପାତ୍ର

ବିଜୟ କହିଛନ୍ତି ଯେ, "ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଶଙ୍କରାଚାର୍ଯ୍ୟ ନୀତିଗତ ପ୍ରଶ୍ନ ଉଠାଇଛନ୍ତି, ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ।" ମନ୍ଦିର ପ୍ରକଳ୍ପ ନେଇ ଯେଉଁ କାମ ଚାଲିଛି ଭବିଷ୍ୟତରେ ତାହା କଣ ହେବ । ଏହିପରି ବହୁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି, ମନ୍ଦିରର ସୁରକ୍ଷା ପାଇଁ କଣ କରାଯାଇପାରିବ ସେନେଇ ଏକ ବିସ୍ତୃତ ଯୋଜନା ତିଆରି ହେବ ବୋଲି ବିଜୟ କହିଛନ୍ତି । ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ଆଲୋଚନା ମୁଖ୍ୟ ପ୍ରସଙ୍ଗ ଥିଲା ବୋଲି ସେ କହିଛନ୍ତି ।

ସେହିପରି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ପ୍ରତିକ୍ରିୟା ଉପରେ ବିଜୟ ମହାପାତ୍ର କହିଛନ୍ତି ଯେ, "ସାଂସଦ କଣ ପାଇଁ କହୁଛନ୍ତି ସେ ବିଷୟରେ ମତ ରଖିବାକୁ ମୁଁ ଚାହୁଁନାହିଁ, ସେ ନିଜେ ଆସି ଆଲୋଚନା କରୁନାହାନ୍ତି । ସାଂସଦ ନିଜେ ଘଟଣାସ୍ଥଳକୁ ଆସିନାହାନ୍ତି କି ଦେଖିନାହାନ୍ତି ।" ସେ ବିଷୟରେ କିଛି ମତାମତ ଦେବାକୁ ଚାହୁଁନାହିଁ ବୋଲି ବିଜୟ କହିଛନ୍ତି ।

NMA ଉପରେ ବର୍ଷିଲେ ବିଜୟ...

NMA ଚେୟାରମ୍ୟାନ ଗୁଜୁରାଟ ଅହମ୍ମଦାବାଦ ପରିଦର୍ଶନ ପାଇଁ ଯାଉଛନ୍ତି । ଦେଶବ୍ୟାପୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଲୋଚନା ହେଉ ଥିବାବେଳେ ସେ କିନ୍ତୁ ପୁରୀ ଆସୁନାହାଁନ୍ତି । ଏଠାରେ କଣ ବେନିୟମ କାମ ହୋଇନି, କଣ କିଛି ମୁଷ୍ଟିମେୟ ସରକାରୀ କର୍ମଚାରୀ ନିଆଁଗିଳା କାମ କରିନାହାନ୍ତି ? ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details